fbpx
BJD SKY
BJD SKY

ଭାରତର ବାଣିଜ୍ୟ ନିଅଣ୍ଟ ୨୬.୯୧ ବିଲିୟନ ଡ଼ଲାରକୁ ବୃଦ୍ଧି; ବୃଦ୍ଧି ପାଇଲା ଆମଦାନୀ, ରପ୍ତାନି ହ୍ରାସ

BJD

ନୂଆଦିଲ୍ଲୀ: ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ତାର ଆଶଙ୍କା ମଧ୍ୟରେ ଭାରତରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରେ ଲାଗିଛି ଏବଂ ଅକ୍ଟୋବରରେ ଏହାର ବୃଦ୍ଧି ଆକଳନ ସାମ୍ନାକୁ ଆସିଛି। ଅକ୍ଟୋବରରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇ ୨୬.୯୧ ଆରବ ଡଲାରରେ ପହଞ୍ଚିଛି। ସେପ୍ଟମ୍ବର ମାସରେ ଏହା ୨୫.୭୧ ଆରବ ଡଲାର ରହିଥିଲ। ଏକ ମାସ ମଧ୍ୟରେ ଦେଶର ବାଣିଜ୍ୟ ନିଅଣ୍ଟ ଏବେ ଚିନ୍ତାର ବିଷୟ ପାଲଟିଛି।

ଗତ ବର୍ଷ ସମାନ ମାସ ତୁଳନାରେ ଅକ୍ଟୋବରରେ ଭାରତର ରପ୍ତାନି ୧୬.୬୫ ପ୍ରତିଶତ ହ୍ରାସ ପାଇ ୨୯.୭୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ମଙ୍ଗଳବାର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି। ସେହିପରି ସେପ୍ଟେମ୍ବରରେ ଦେଶର ରପ୍ତାନି ୩୫.୪୫ ବିଲିୟନ ଡ଼ଲାରରେ ଥିଲା ଯାହା ଅକ୍ଟୋବରରେ ହ୍ରାସ ପାଇଛି। ସେହି ସମୟରେ, ଗତ ବର୍ଷ ସମାନ ଅବଧିରେ ଅର୍ଥାତ୍ ଅକ୍ଟୋବର ୨୦୨୧ ରେ ଏହା ୩୫.୭୩ ବିଲିୟନ ଡ଼ଲାରରେ ପହଞ୍ଚିଥିଲା। ଅନ୍ୟପଟେ ଅକ୍ଟୋବରରେ ଦେଶର ଆମଦାନୀ ୫୬.୬୯ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଏକ ବର୍ଷ ପୂର୍ବେ ଅର୍ଥାତ ଅକ୍ଟୋବର ୨୦୨୧ ରେ ଏହା ୫୩.୬୪ ବିଲିୟନ ଡ଼ଲାରରେ ପହଞ୍ଚିଥିଲା।

ବାଣିଜ୍ୟ ନିଅଣ୍ଟ ବୃଦ୍ଧି ହେବାର କାରଣ କ’ଣ?

ବିଶ୍ୱର ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ ରୁଷ-ୟୁକ୍ରେନ ଯୁଦ୍ଧ, ଚୀନ୍-ତାଇୱାନ ସଙ୍କଟ ଏବଂ ଯୋଗାଣ ବ୍ୟାଘାତ ଦେଶର ଚାହିଦା ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ରପ୍ତାନିକାରୀମାନେ କମ୍ ଚାହିଦା ସମ୍ମୁଖୀନ ହେଉଛନ୍ତି ଏବଂ ଏହାର ସମାଧାନ ପାଇଁ ଉପାୟ ଖୋଜୁଛନ୍ତି। ଆମଦାନୀ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏହାର ନକାରାତ୍ମକ ପ୍ରଭାବ ଦେଶର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ଆକାରରେ ବାହାରୁଛି। ତେବେ ଏହା କେବଳ ଭାରତରେ ନୁହେଁ ଏବଂ ଆର୍ଥିକ ବିକାଶ ଉପରେ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖାଯାଉଛି।

Get real time updates directly on you device, subscribe now.