fbpx

ରାମ ମନ୍ଦିର ଖୋଲିବା ପୂର୍ବରୁ ବଡ଼ ଗିଫ୍ଟ, ୧୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବିମାନ କମ୍ପାନୀ ଇଣ୍ଡିଗୋ ଏକ ବଡ଼ ଘୋଷଣା କରିଛି । ଏହି ଘୋଷଣା ପରେ ବିମାନ ଭଡା ୧୦୦୦ ଟଙ୍କା ଶସ୍ତା ହେବ । ରାମ ମନ୍ଦିରର ଉଦଘାଟନକୁ ଅପେକ୍ଷା କରାଯାଇଥିବା ସମୟରେ କମ୍ପାନୀ ଦ୍ୱାରା ବିମାନ ଭଡା ହ୍ରାସ ଘୋଷଣା କରାଯାଇଛି । ଅଯୋଧ୍ୟା ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିଥିବା ଇଣ୍ଡିଗୋ ହେଉଛି ପ୍ରଥମ କମ୍ପାନୀ । ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବ । ଭଡାରେ ଏହି ହ୍ରାସର ଲାଭ ବିବାହ ଋତୁରେ ମଧ୍ୟ ଦେଖିବାକୁ ମିଳିବ ।

ତେବେ ବିମାନ ଚଳାଚଳ ଇନ୍ଧନ (ଏଟିଏଫ) ମୂଲ୍ୟ ହ୍ରାସ ପରେ ଇଣ୍ଡିଗୋ ବିମାନ ଯାତ୍ରା ଟିକେଟ୍ ଉପରେ ଆଦାୟ କରାଯାଉଥିବା ‘ଫ୍ୟୁଲ୍ ଚାର୍ଜ’ ବନ୍ଦ କରିବାକୁ ଘୋଷଣା କରିଛି । କମ୍ପାନୀ ଗୁରୁବାର ଦିନ ଏହା ଘୋଷଣା କରିଛି, ଯାହା ଆଗାମୀ ଦିନରେ ବିମାନ ଯାତ୍ରା ଭଡା ୧୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବ ।

ସାରା ଦେଶରେ ଏଟିଏଫ୍ (ଆଭିଏସନ ଟର୍ବାଇନ ଫ୍ୟୁଲ) ର ମୂଲ୍ୟ ବୃଦ୍ଧି ପରେ ଇଣ୍ଡିଗୋ ୬ ଅକ୍ଟୋବର ୨୦୨୩ ରୁ ବିମାନ ଭଡା ସହିତ ଇନ୍ଧନ ଚାର୍ଜ ଆଦାୟ କରିବା ଆରମ୍ଭ କରିଥିଲା । ଦୂରତା ଉପରେ ନିର୍ଭର କରି ଏହି ଫି ୩୦୦ ରୁ ୧୦୦୦ ଟଙ୍କା ମଧ୍ୟରେ ଥିଲା । ବର୍ତ୍ତମାନ ଏଟିଏଫ୍ ମୂଲ୍ୟ ହ୍ରାସ ପାଇ ଇଣ୍ଡିଗୋ ବିମାନ ଟିକେଟରୁ ଫ୍ୟୁଲ ଚାର୍ଜ ହଟାଇ ଦେଇଛି । କମ୍ପାନୀ କହିଛି ଯେ, ଏହା ମଧ୍ୟ ଏହାର କାର୍ଯ୍ୟକୁ ବିସ୍ତାର କରିବାକୁ ଧ୍ୟାନ ଦେଉଛି, ସେଥିପାଇଁ ଜାନୁଆରୀ ୪ ରୁ ବିମାନ ଟିକେଟରେ ଫ୍ୟୁଲ ଚାର୍ଜ ହଟାଇ ଦେଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡିଗୋ ଦୂରତାକୁ ଆଧାର କରି ଟିକେଟ୍ ଉପରେ ଫ୍ୟୁଲ ଚାର୍ଜ କରୁଥିଲା । ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ଏହା ୩୦୦ ଟଙ୍କା ଥିଲା । ଯେତେବେଳେ କି ୫୦୧-୧,୦୦୦ କିଲୋମିଟର ଦୂରତା ପାଇଁ ଏହି ପରିମାଣ ୪୦୦ ଟଙ୍କା ଥିଲା । ସେହିଭଳି ଏହା ୧,୦୦୧-୧,୫୦୦ କିଲୋମିଟର ପାଇଁ ୫୫୦ ଟଙ୍କା, ୧,୫୦୧-୨,୫୦୦ କିଲୋମିଟର ପାଇଁ ୬୫୦ ଟଙ୍କା ଏବଂ ୨,୫୦୧-୩,୫୦୦ କିଲୋମିଟର ପାଇଁ ୮୦୦ ଟଙ୍କା ଥିଲା । ଫ୍ୟୁଲ ଶୁଳ୍କ ହଟାଇବା ସହିତ ଇଣ୍ଡିଗୋ ବିମାନ ଟିକେଟର ମୂଲ୍ୟ ଅତି କମରେ ୩୦୦ ରୁ ୧୦୦୦ ଟଙ୍କା ହ୍ରାସ ପାଇବ ।

Get real time updates directly on you device, subscribe now.