fbpx

ଚୀନ ବିରୋଧରେ ଭାରତର ଆର୍ଥିକ ଯୁଦ୍ଧ ଆରମ୍ଭ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଭାରତ ଚୀନ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଛି। ବର୍ତ୍ତମାନ ଚୀନ ବିରୋଧରେ ଅର୍ଥନୈତିକ ଯୁଦ୍ଧ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ଭାରତ ଚାଇନାର ଫାର୍ମା ବଜାର ଉପରେ ନଜର ରଖିଛି। ଚୀନ ବିଶ୍ୱରେ ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲ ରପ୍ତାନିକାରୀ ଅଟେ।ଅନେକ କମ୍ପାନୀ ଏଭଳି ମଧ୍ୟ ରହିଛନ୍ତି, ଯେଉଁମାନେ ଏହି ଔଷଧର ପ୍ରସ୍ତୁତ ନିଜ ଦେଶରେ କରିଥାନ୍ତି। ମାତ୍ର ଏହି ଔଷଧ ପାଇଁ ଆବଶ୍ୟକ କଞ୍ଚାମାଲ, ଯାହାକୁ ଚୁରନ କୁହାଯାଏ ଚୀନରୁ ଆମଦାନୀ କରିଥାନ୍ତି। ସେହିଭଳି ଯଦି ଭାରତ କଥା ଦେଖାଯାଏ, ତେବେ ଭାରତ ଅନ୍ତର୍ଜାତୀୟ ଭେଷଜ ବଜାରରେ ମଧ୍ୟ ଏକ ବୃହତ ଭୂମିକା ମଧ୍ୟ ଗ୍ରହଣ କରିଥାଏ। କିନ୍ତୁ ଆର୍ଥିକ ବ୍ୟବସ୍ଥାକୁ ଦେଖିଲେ ଭାରତ ଠାରୁ ଚୀନ ଅଧିକ ମଜବୁତ ଥିବାରୁ ଅଧିକାଂଶ ରାଷ୍ଟ୍ର ଚୀନରୁ ହିଁ ଆମଦାନୀ କରିଥଆନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତି କିଛି ଭିନ୍ନ ରହିଛି। ବର୍ତ୍ତମାନ ଚୀନରୁ ଉତ୍ପନ ଭାଇରସ ସମଗ୍ର ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗିଦେଇଛି। ଚୀନରେ ଔଷଧିୟ କାରଖାନା ଗୁଡ଼ିକ ବନ୍ଦ ପଡ଼ି ରହିଛି। ଏହାରି ମଧ୍ୟରେ ସମଗ୍ର ବିଶ୍ୱକୁ ଔଷଧ ପଠାଇବା ଆରମ୍ଭ କରିଛି ଭାରତ। ଆଉ ଔଷଧ ଶିଳ୍ପ କ୍ଷେତ୍ରରେ ସୃଷ୍ଟ ହୋଇଥିବା ଏହି ସୁଯୋଗର ଭରପୁର ଫାଇଦା ଉଠାଇଛି ଭାରତ। ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଔଷଧ ନିର୍ମାଣକାରୀ ସଂସ୍ଥା ସହିତ ଯୋଗାଯୋଗରେ ରହିଛି। ସେହି କମ୍ପାନୀକୁ ଭାରତ କଞ୍ଚାମାଲ ପ୍ରଦାନ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିବା ଜଣାପଡ଼ିଛି। ଏପରିକି ଚୀନ ଠାରୁ କମ ଅର୍ଥରେ ମଧ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ସେପଟେ ନିଜ ଦେଶରେ ଔଷଧ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ଭାରତ ସରକାର।

Get real time updates directly on you device, subscribe now.