fbpx

ଲକ୍ଡାଉନରେ ୨ ଯୁବତୀଙ୍କୁ ଗଣଦୁଷ୍କର୍ମ ,୧୦ ଯୈାନ ପିପାସୁ ଗିରଫ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର):ସମଗ୍ର ବିଶ୍ୱରେ ଏବେ କୋରୋନା ତାଣ୍ଡବ । କୋରୋନାରୁ କିପରି ମୁକ୍ତି ମିଳିବ, ଦେଶବାସୀ ଚିନ୍ତିତ । ସାରା ଦେଶରେ ଲକ୍ ଡାଉନ୍ । ହେଲେ ଦୁଷ୍କର୍ମକାରୀଙ୍କ ପାଇଁ ଲକ୍ ଡାଉନ୍ ତ ଗୋଟିଏ ମୌକା ! ସବୁଆଡ଼େ ନିଛାଟିଆ ରହୁଥିବାରୁ, ଏହାର ଫାଇଦା ନେଇଛନ୍ତି ଯୌନ ପିପାସୁ । ଝାଡ଼ଖଣ୍ଡରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୧୨ ଅଭିଯୁକ୍ତ । ଏବେ ୧୦ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ନିଜ ଦୋଷକୁ ମଧ୍ୟ ସ୍ୱୀକାର କରିଥିବା ପୋଲିସ କହିଛି । ପୁରା ଘଟଣା ଥିଲା ଏପରି । ଝାଡ଼ଖଣ୍ଡ ଗୁମଲାରେ ଦୁଇ ଯୁବତୀଙ୍କୁ ୧୨ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ଗତ ଏପ୍ରିଲ ୩ ତାରିଖରେ ଘଟିଥିଲା । ଏକ ବିବାହ କାର୍ୟ୍ୟକ୍ରମରେ ସାମିଲ ହେବା ପାଇଁ ୨ ଯୁବତୀ ଘରୁ ବାହାରିଥିଲେ । ହେଲେ ରାତି ହୋଇଯିବା କାରଣରୁ ବିବାହ ଉତ୍ସବରେ ସାମିଲ ହୋଇପାରିନଥିଲେ । ତେଣୁ ଘରକୁ ଫେରୁଥିଲେ । ତେଦେ ଦୁଷ୍କର୍ମକାରୀଙ୍କ ନଜର ଦୁଇ ଯୁବତୀଙ୍କ ଉପରେ ପଡ଼ିଥିଲା । ଖଟକା ଗାଁ ସ୍କୁଲ ପାଖକୁ ନେଇ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୧୨ ଅଭିଯୁକ୍ତ । କେବଳ ଏତିକି ନୁହେଁ, ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

Get real time updates directly on you device, subscribe now.