fbpx

ବିଧାୟକଙ୍କୁ କରେନା ,ଆଇସୋଲେସନରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ବିଧାୟକଙ୍କୁ କରେନା ,ଆଇସୋଲେସନରେ ମୁଖ୍ୟମନ୍ତ୍ରୀ । ଗୁଜରାଟର କଂଗ୍ରେସ ବିଧାୟକ କରେନା ଆକ୍ରାନ୍ତ । ମଙ୍ଗଳବାର ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ଗୁଜରାଟର ଜମାଲପୁରର କଂଗ୍ରେସ ବିଧାୟକ ଇମ୍ରାନ ଖଡେୱାଲଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କିନ୍ତୁ ତାଙ୍କ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ,ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଧାୟକ ମଧ୍ୟ ଏବେ ଆଇସୋଲେସନରେ । ଗତକାଲି ସକାଳେ ବିଧାୟକ ଜଣକ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନଙ୍କୁ ଭେଟିଥିଲେ । ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜେଟିଭ ଆସିଛି ।ଏବେ ସ୍ଥାନୀୟ ପ୍ରଶାସନ ସଭିଙ୍କ ସ୍ଳାବ ଟେଷ୍ଟ କରିଛି ।ଖୁବ ଶୀଘ୍ର ଏହାର ରିପୋର୍ଟ ଆସିବ ।

Get real time updates directly on you device, subscribe now.