fbpx

ଦେଶର ସ୍ୱଚ୍ଛ ସହର ଭାବେ ୪ର୍ଥ ଥର ପାଇଁ ନମ୍ବର ୱାନ ହେଲା ଇନ୍ଦୋର

ନୂଆଦିଲ୍ଲୀ,୨୦ ।୮: ମଧ୍ୟପଦେଶର ଇନ୍ଦୋର ସହରର ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ସ୍ୱଚ୍ଛତା ପରୀକ୍ଷଣ ୨୦୨୦ରେ ସବୁଠାରୁ ସ୍ୱଚ୍ଛ ତାଲିକାରେ ଦେଶରେ ନମ୍ବର ୱାନ୍ ହୋଇଛି ଇନ୍ଦୋର । ଲଗାତାର ୪ର୍ଥ ଥର ପାଇଁ ଇନ୍ଦୋର ନମ୍ବର-୧ ସ୍ଥାନ ଅଧିକାର କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ର ଫଳାଫଳ ଆଜେି ଘୋଷଣା କରିଛନ୍ତି, ଯେଉଁଥିରେ ଇନ୍ଦୌର ସହର ଟପରେ ରହିଛି ।

କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଇନ୍ଦୋର ଲଗାତାର ୪ ବର୍ଷ ପାଇଁ ଭାରତର ପରିଷ୍କାର ସହର ରହିଆସିଛି । ଇନ୍ଦୋର ଓ ଏହାର ଲୋକମାନେ ସ୍ୱଚ୍ଛତା ପ୍ରତି ସେମାନଙ୍କର ଆଦର୍ଶ ଉତ୍ସର୍ଗୀକୃତ ପ୍ରଦର୍ଶନ କରିଛନ୍ତି । ଏହି ଚମକ୍ରାର ପାଇଁ ସହରର ଲୋକ, ରାଜନୈତିକ ନେତୃତ୍ୱ ଓ ନଗର ନିଗମଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.