fbpx

FD ଉପରେ ମିଳୁଛି ୮.୨୫ ପ୍ରତିଶତ ସୁଧ: ଗ୍ରାହକଙ୍କ ପାଇଁ ପ୍ରାଇଭେଟ ବ୍ୟାଙ୍କର ବଡ଼ ଘୋଷଣା

Advertisement

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କମ୍ ନିବେଶରେ ଅଧିକ ରିଟର୍ଣ୍ଣ ପାଇବାକୁ ପ୍ରୟାସ କରିଥାନ୍ତି । ସେଥିପାଇଁ ସେମାନେ ବିଭିନ୍ନ ସରକାରୀ ଓ ଘରୋଇ ବ୍ୟାଙ୍କର ନୂଆ ନୂଆ ସ୍କିମକୁ ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି । ତେବେ ଯଦି ଆପଣମାନେ ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି । ଏକ ଘରୋଇ ବ୍ୟାଙ୍କରେ ଆପଣମାନେ ନିବେଶ କରି ଅଧିକ ରିଟର୍ଣ୍ଣ ପାଇପାରିବେ ।

ସୂଚନା ମୁତାବକ, ଘରୋଇ କ୍ଷେତ୍ରର ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆପଣମାନେ ଫିକ୍ସଡ ଡିପୋଜିଟ (ଏଫଡି) ଉପରେ ୮.୨୫ ସୁଧ ପାଇ ପାରିବେ । ଏଫଡି ସ୍କିମକୁ ଆକର୍ଷକ କରିବା ଲକ୍ଷ୍ୟରେ ବ୍ୟାଙ୍କ ପକ୍ଷରୁ ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟରେ ବୃଦ୍ଧି କରିଥିଲା । ଏହାପରେ ଦେଶର ବହୁ ବ୍ୟାଙ୍କ ଏଫଡି ଉପରେ ସୁଧହାର ବୃଦ୍ଧି କରୁଛନ୍ତି ।

ବର୍ତ୍ତମାନ ସମୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ ଏଫଡି ଉପରେ ୩.୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ସେହିପରି ବରିଷ୍ଠ ନାଗରିକଙ୍କୁ ୪ରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ୭ ଦିନଠାରୁ ଆରମ୍ଭ କରି ୬୧ ମାସର ଏଫଡି ଉପରେ ବ୍ୟାଙ୍କ ଏହି ଅଫର ପ୍ରଦାନ କରୁଛି । ତେବେ ୨ ବର୍ଷରୁ ୩ ବର୍ଷ ଓ ତିନି ମାସ ପର୍ଯ୍ୟନ୍ତ ଏଫଡି ଉପରେ ସାଧାରଣ ଜନତାଙ୍କୁ ୭.୫ ପ୍ରତିଶତ, ବରିଷ୍ଠ ନାଗରିକଙ୍କୁ ୮.୨୫ ପ୍ରତିଶତ ସୁଧ ଅଫର କରାଯାଉଛି । ଏହି ନୂଆ ସୁଧ ହାର ଫେବୃଆରୀ ୧୬ରୁ ଲାଗୁ ହୋଇଥିବା ବ୍ୟାଙ୍କର ଅଫିସିଆଲ ୱେବସାଇଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.