fbpx

(Video) ବାପାଙ୍କୁ ୧୦୦-ପୁଅକୁ ୭୫: ଭଲପାଇବା ଆଜି ବି ବଞ୍ଚିଛି, ରକ୍ତର ସମ୍ପର୍କ ସବୁଠାରୁ ବଡ଼

Advertisement

ନୂଆଦିଲ୍ଲୀ: ଆଜିକାଲି ମଣିଷ ଆଧୁନିକତା ଆଡ଼କୁ ମାଡ଼ି ଚାଲିଥିବା ବେଳେ ଟଙ୍କାର ମୋହ ତାକୁ ପାଗଳ କରିଦେଇଛି । ଏପରି ସ୍ଥଳେ ଅନେକ ସନ୍ତାନ ସନ୍ତତି ସେମାନଙ୍କର ପିତାମାତାଙ୍କୁ ବୃଦ୍ଧାବସ୍ଥାରେ ଛାଡ଼ି ନିଜର ସୁବିଧା ପାଇଁ ଦୂରସ୍ଥାନକୁ ଚାଲିଯାଇଥାନ୍ତି । ଯେଉଁ ଘରେ ସେମାନେ ଦିନେ ଜନ୍ମ ଲାଭ କରିଥିଲେ ସେମାନେ ବଡ଼ ହେବା ପରେ ତାହାକୁ ଭୁଲି ଯାଇଥାନ୍ତି । ତେବେ ମଣିଷ ଯେତେ ଆଗକୁ ଗଲେ, ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସମ୍ପର୍କ ମୂଲ୍ୟ କେହି କେବେ ଦେଇ ପାରିବେନି ।

ସୂଚନା ମୁତାବକ, ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ୧ ମିନିଟ ୬ ସେକେଣ୍ଡର ଏହି ଭିଡିଓ ସମାଜକୁ ଅନେକ କିଛି ବାର୍ତ୍ତା ଦେଉଛି । ରକ୍ତର ସମ୍ପର୍କ ଆଗରେ ସବୁକିଛି ତୁଚ୍ଛ ତାହା ବାପା-ପୁଅଙ୍କର ଏହି ନିଆରା ପ୍ରେମ କାହାଣୀରୁ ସ୍ପଷ୍ଟ ଅନୁମେୟ ହୋଇଛି । ଏହି ଭିଡିଓ ଦେଖିବା ପରେ ଆପଣଙ୍କର ଆଖିରେ ଲୁହ ଆସିଯିବ । ଏହି ଦୃଶ୍ୟକୁ ଆପଣ ଦେଖି ସାରିବା ପରେ ଅନ୍ତରରୁ କହିବେ ‘ଟଙ୍କା ଦ୍ୱାରା ସବୁକିଛି କିଣିହୁଏ କିନ୍ତୁ ହୃଦୟକୁ ନୁହେଁ ଭଲପାଇବାକୁ ନୁହେଁ ।’

ଟ୍ୱିଟରରେ ଏହି ଭିଡିଓଟି ଜଣେ ୟୁଜର ଶେୟାର କରିଛନ୍ତି । ବାପାଙ୍କ ବୟସ ୧୦୦ ଓ ପୁଅଙ୍କ ବୟସ ୭୫ ବର୍ଷ ବୋଲି କ୍ୟାପସନରେ ଲେଖାଯାଇଛି । ତେବେ ଏହି ଭିଡିଓ ଦେଖିବା ପରେ ମନକୁ ଗୋଟିଏ ପ୍ରଶ୍ନ ଆସୁଛି, ଆଗାମୀ ପୀଢ଼ିଙ୍କ ମଧ୍ୟରେ କ’ଣ ଏପରି ନିଚ୍ଛକ ଭଲପାଇବା ଦେଖିବାକୁ ମିଳିବ? ବାପାଙ୍କ ଆଗରେ ପୁଅ ସବୁବେଳେ ଛୋଟ । ତେଣୁ ୭୫ ବର୍ଷ ବୟସର ପୁତ୍ର ବିଛଣାରେ ପଡ଼ି ରହିଥିବା ବାପାଙ୍କୁ ସିଟି ବଜାଇ ଗୀତ ଶୁଣାଉଛି । ସତେ ଯେମିତି ଅବୁଝା ବାପାଙ୍କୁ ଛୋଟ ପୁଅଟିଏ ‘ଶୋଇଯାଅ ବାପା’ କହି ନାନା କାହାଣୀ ଶୁଣାଉଛି । ତେବେ ବୃଦ୍ଧଙ୍କ ନିକଟରେ ତାଙ୍କ ପରିବାରର ଆଉ କିଛି ସଦସ୍ୟ ବସିଥିବା ଭିଡିଓରେ ଦେଖାଯାଉଛି । ଗତ ମାସ ୧୯ ତାରିଖରେ ବୃଦ୍ଧ ଜଣଙ୍କ ୧୦୫ତମ ଜନ୍ମଦିବସ ପାଳନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.