fbpx

‘ଆଠ ଦିନରେ ୫ ପ୍ରତିଶତ ତଳକୁ ଖସିବ ସଂକ୍ରମଣ ହାର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜରୁରି ସୂଚନା ଦେଇଛନ୍ତି । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବେସ୍ ଲାଇନ୍ ସଂକ୍ରମଣ ହ୍ରାସ ପାଉଛି ଏବଂ ଟେଷ୍ଟ ପଜିଟିଭିଟି ରେଟ୍ ବି କମୁଛି । ଆଉ ୭ରୁ ୮ ଦିନ ମଧ୍ୟରେ ଆମେ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ରହିଛି । ରାଜ୍ୟରେ ବର୍ତ୍ତମାନ ୬୩ ପ୍ରତିଶତ ଆଇସିୟୁ ଓ ୬୨ ପ୍ରତିଶତ ଭେଣ୍ଟିଲେଟର୍ ଫିଲପ୍ ରହିଛି । ପୂର୍ବରୁ ଯେଉଁ ମାମଲା ସବୁ ଚିହ୍ନଟ ହୋଇଛି ତାକୁ ନେଇ ଜଟିଳତା ରହିବ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ କିଛି ଦିନ ପାଇଁ ଏମିତି ରହିବ ବୋଲି କହିଛନ୍ତି ।

ଏହା ବ୍ୟତୀତ, ଟିକା ସମ୍ପର୍କରେ ସେ ମତ ପ୍ରକାଶ କରି କହିଛନ୍ତି ଯେ, ସମସ୍ତ ଟିକା ଜୀବନ ରକ୍ଷାକାରୀ, ୯୦ ପ୍ରତିଶତ କି ୮୦ ପ୍ରତିଶତ ସେମିତି କିଛି ନାହିଁ । ଟିକା ନେବା ମାନେ ହିଁ କୋଭିଡ୍ ସହ ଲଢ଼େଇ କରିବା । ତେଣୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଥିବାରୁ ଆମେ କୋଭିଡ୍ ସହ ଲଢ଼େଇ କରିବାକୁ ସକ୍ଷମ । ଏହାକୁ ନେଇ ଲୋକମାନେ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.