fbpx

ଶ୍ରୀମନ୍ଦିର କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ପାଇଁ ଚିଠି

ପୁରୀ(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ଦାବି ହୋଇଛି । ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ‘କୋଭିଡ ବେଳେ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ କାର୍ଯ୍ୟ ନିର୍ବାହ କରୁଛନ୍ତି । ଶ୍ରୀମନ୍ଦିର ଭିତରେ ଓ ବାହାରେ ନୀତିକାନ୍ତି ସହ ରଥନିର୍ମାଣ ସେବକଙ୍କ ସମ୍ପୃକ୍ତି ରହିଛି । ଲୋକଙ୍କ ସଂସ୍ପର୍ଶରେ ଆସି ଅନେକ କର୍ମଚାରୀ ପ୍ରଭାବିତ ହେଉଛନ୍ତି । ଜୀବନକୁ ବିପନ୍ନ କରି ସେବା କରୁଥିବାରୁ ସେମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରାଯାଉ ।’

ଏହା ସହ କୋଭିଡରେ ପ୍ରାଣ ହରାଇଥିବା ୨ କର୍ମଚାରୀଙ୍କୁ ଆର୍ଥିକ ସହାୟତା ଦେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ କରୋନାରେ ୨ କର୍ମଚାରୀ ଯଥା- ଜେଟିପି ପୃଥ୍ୱୀମନ୍ୟୁ ଦାଶ ଏବଂ ଚର୍ଚ୍ଚା ଅମିନ ପ୍ରମୋଦ କୁମାର ଦାଶଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ।

Get real time updates directly on you device, subscribe now.