fbpx

(Video) ପାକିସ୍ତାନ ଦଳ ଭିତରେ ଚାଲିଛି ଅନ୍ତର୍କନ୍ଦଳ; ନିଜ ଭିତରେ ପିଟାପିଟି ହେଲେ ପାକିସ୍ତାନୀ ଖେଳାଳି, ଏକଘରିିଆ ହେଲେ ଦଳର ଅଧିନାୟକ

Advertisement

ଓଡ଼ିଶା ଭାସ୍କର: ଚଳିତ ବିଶ୍ୱକପ୍‌ରେ ଖେଳୁଥିବା ପାକିସ୍ତାନ କ୍ରିକେଟ୍ ଟିମ୍ ଏବେ ଭାରତରେ ରହିଛି । ହେଲେ ଦଳ ଭିତରେ କିଛି ବି ଠିକ୍ ଚାଲିନଥିବା କଥା ପଦାକୁ ଆସିଛି । ଚଳିତ ବିଶ୍ୱକପ୍‌ରେ ଲଗାତର ତିନିଟି ମ୍ୟାଚ୍ ହାରିସାରିଛି ପାକିସ୍ତାନ । ପ୍ରଥମେ ଭାରତ ଓ ପରେ ଅଷ୍ଟ୍ରେଲିଆ ଠାରୁ ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ପାକିସ୍ତାନ ଟିମର ଖେଳାଳିମାନେ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଥିଲେ । ବିଶେଷ କରି ଆଫଗାନିସ୍ତାନ ଠାରୁ ମ୍ୟାଚ୍ ହାରିଯିବା ପରେ ଖେଳାଳିମାନେ ମାନସିକ ସ୍ତରରେ ଅସୁସ୍ଥ ହୋଇପଡିଥିଲେ । ଯାହାର ପ୍ରଭାବ ଗତକାଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା । ଯାହା ଖବର ମିଳିଛି ପାକିସ୍ତାନ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା ପରଠାରୁ ଦଳ ଭିତରେ ଅନ୍ତର୍କନ୍ଦଳ ଦେଖାଦେଇଛି ।

ଦଳର ଅଧିନାୟକ ବାବର ଆଜମଙ୍କ କଥା କେହି ବି ଶୁଣୁ ନାହାଁନ୍ତି। ଅନ୍ୟ ଖେଳାଳିମାନେ ବାବରଙ୍କୁ ଏକଘରିଆ କରିଦେଇଛନ୍ତି ବୋଲି ପାକିସ୍ତାନୀ ସାମ୍ବାଦିକମାନେ କହିଛନ୍ତି । ସ୍ଥିତି ଏପରି ହୋଇଛି ଯେ ଦଳର ଖେଳାଳିମାନେ ନିଜ ନିଜ ଭିତରେ ମାରପିଟ ହୋଇଛନ୍ତି । ପାକିସ୍ତାନ ଟିମର କିଛି ସାମ୍ବାଦିକ ସୋଶାଲ ମିଡିଆରେ କହିଥିଲେ ଯେ ପାକିସ୍ତାନ ଟିମ ଭିତରେ ଏବେ କନ୍ଦଳ ଚାଲିଛି। ଅଧିନାୟକ ବାବର ଆଜମଙ୍କ କଥା କେହି ବି ଶୁଣୁ ନାହାନ୍ତି। ସେ ଏକଘରିଆ ହୋଇଯାଇଛନ୍ତି। ସେହିପରି ଦଳର ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ମାରପିଟ ହୋଇଛି। ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ସମୟରେ ପାକିସ୍ତାନୀ ଖେଳାଳିଙ୍କ ମଧ୍ୟରେ ଏପରି ତିକ୍ତତା ଖବର ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି। ଦଳ ଭିତରେ ଏପରି ତିକ୍ତତା ଖବରକୁ ସତ ବୋଲି ପାକିସ୍ତାନୀ ଗଣମାଧ୍ୟମ ସ୍ୱୀକାର କରିଛି । ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ଖଣ୍ଡନ କରି ଏକ ବିବୃତି ଜାରି କରିଛନ୍ତି। ପାକିସ୍ତାନ ଟିମ୍ ଭିତରେ କୌଣସି ତିକ୍ତତା ନାହିଁ ବୋଲି କହିଛି ପିସିବି ।

ପାକିସ୍ତାନୀ ସାମ୍ବାଦିକଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପିସିବି କହିଛି ଯେ “ବର୍ତ୍ତମାନ ବିଶ୍ୱକପ ଖେଳୁଥିବା ପାକିସ୍ତାନର ଜାତୀୟ କ୍ରିକେଟ ଦଳ ଭିତରେ ମତାନ୍ତର ନେଇ ପ୍ରକାଶିତ ଖବରରେ କୌଣସି ସତ୍ୟତା ନାହିଁ। ଏସବୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅମୂଳକ । କୌଣସି ଅଭିଯୋଗକୁ ପ୍ରଚାର କରିବା ପୂର୍ବରୁ ଏହାର ସତ୍ୟାସତ୍ୟକୁ ଯାଞ୍ଚ କରାଯାଉ। କୌଣସି ତଥ୍ୟ ନଥାଇ ମିଥ୍ୟା ଖବର ପ୍ରଚାର କରାଯାଉଥିବାରୁ ପିସିବି ମର୍ମାହତ ବୋଲି କହିଛି । ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଦଳ ଭିତରେ ଗଣ୍ଡଗୋଳ ଖବରକୁ ଲୁଚାଉଥିଲେ ମଧ୍ୟ ପାକିସ୍ତାନୀ ମିଡିଆ କିନ୍ତୁ ସବୁ କଥାକୁ ପଦାରେ ପକାଇ ଦେଇଛି । ଆଉ ସବୁଠାରୁ ବଡକଥା ହେଉଛି କି ସୋମବାର ଆଫଗାନିସ୍ତାନ ଠାରୁ ୮ ୱିକେଟ୍‌ରେ ହାରିବା ପରେ ପାକିସ୍ତାନ ଦଳକୁ ପ୍ରବଳ ସମାଲୋଚନା ଶୁଣିବାକୁ ପଡୁଛି । ଆଉ ଦଳ ଭିତରେ ଅନ୍ତର୍କନ୍ଦଳ ଚାଲିଥିବା କଥା ବି ସତ ବୋଲି ଜଣାପଡିଯାଇଛି ।

Get real time updates directly on you device, subscribe now.