fbpx

ଚିହ୍ନଟ ହୋଇଥିବା ୪୮ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪୮ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ୧୫ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ସୁରତ ଫେରନ୍ତା ଓ ସେମାନେ କ୍ୱାରେଣ୍ଟିନରେ ଥିଲେ, ଅନ୍ୟଜଣେ ଆକ୍ରାନ୍ତ ବେଙ୍ଗାଲୁରୁ ଫେରନ୍ତା ବୋଲି ଜଣାପଡ଼ିଛି । ସେହିପରି କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ୩ଆକ୍ରାନ୍ତ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ସେମାନେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । ଖୋର୍ଦ୍ଧାର ଜଣେ ଆକ୍ରାନ୍ତ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ସୁରତ ଫେରନ୍ତା । କଟକର ଜଣେ ଆକ୍ରାନ୍ତ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି । ବୌଦ୍ଧର ଜଣେ ଆକ୍ରାନ୍ତ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । ବଲାଙ୍ଗୀରର ୨ଆକ୍ରାନ୍ତ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । ନୟାଗଡ଼ର ୩ଆକ୍ରାନ୍ତ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ଅହମ୍ମଦାବାଦ ଫେରନ୍ତା ବୋଲି ଜଣାପଡ଼ିଛି । କନ୍ଧମାଳର ୨ଆକ୍ରାନ୍ତ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ସେମାନେ ତାମିଲନାଡୁ ଫେରନ୍ତା । ପୁରୀରେ ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରେ ୨ଜଣ ତାମିଲନାଡ଼ୁରୁ, ଜଣେ ଆନ୍ଦ୍ରପ୍ରଦେଶରୁ ଫେରିଥିଲେ ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ, ଅନ୍ୟ ଜଣେ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମଣ ହୋଇ ଥିବା ଜଣାପଡ଼ିଛି । ଯାଜପୁରରେ ୧୬ଆକ୍ରାନ୍ତ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୭ପଶ୍ଚିମବଙ୍ଗ, ଆନ୍ଧ୍ରରୁ ୪, ଅହମ୍ମଦାବାଦରୁ ୪, ଜଣେ ତେଲେଙ୍ଗାନାରୁ ଫେରିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.