fbpx

ଚିହ୍ନଟ ହୋଇଥିବା ନୂଆ ୬୫ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୬୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ନୂଆ ୬୫କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ୪ପଜିଟିଭ ସୁରତରୁ ଫେରିଥିଲେ ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ଗଞ୍ଜାମର ୧୩ପଜିଟିଭଙ୍କ ମଧ୍ୟରୁ ୧୨ଜଣ ସୁରତ ଫେରନ୍ତା ଓ କ୍ୱାରେଣ୍ଟିନ କେନ୍ଦ୍ରରେ ଥିଲେ । ଅନ୍ୟ ଜଣେ ହୋମ କ୍ୱାରେଣ୍ଟିନରେ ଥିଲେ । ମୟୁରଭଞ୍ଜ ଓ ନୟାଗଡ଼ରେ ଚିହ୍ନଟ ହୋଇଥିବା ୨ଜଣ ଲେଖାଏଁ ପଜିଟିଭ ସୁରତରୁ ଫେରି କ୍ୱାରେଣ୍ଟିନ କେନ୍ଦ୍ରରେ ଥିଲେ । କଟକରେ ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା ଓ କ୍ୱାରେଣ୍ଟିନରେ ରହିଥିଲେ । ପୁରୀର ୪ପଜିଟିଭ ପଶ୍ଚିମବଙ୍ଗ ଫେରନ୍ତା ଓ କ୍ୱାରେଣ୍ଟିନ କେନ୍ଦ୍ରରେ ଥିଲେ । ଯାଜପୁରରେ ଚିହ୍ନଟ ହୋଇଥିବା ୩୧ଜଣଙ୍କ ମଧ୍ୟରୁ ୩୦ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ଝାଡ଼ଖଣ୍ଡ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ସେହିପରି ଖୋର୍ଦ୍ଧାରେ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରୁ ଦୁଇ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ସୁରତ ଫେରନ୍ତା । ୨ଜଣ କ୍ୱାରେଣ୍ଟିନ କେନ୍ଦ୍ରରେ ଥିବା ବେଳେ ଜଣେ ହୋମ କ୍ୱାରେଣ୍ଟିନରେ ଥିଲେ ।

Get real time updates directly on you device, subscribe now.