fbpx

କ୍ୱାରେଣ୍ଟାଇନରେ ସାପ କାମୁଡିବାରୁ ଚାଲିଗଲା ଜୀବନ

ଲକ୍-ଡାଉନରେ ସବୁଠାରୁ ଅଧିକ କ୍ଷତି ପଡୁଛନ୍ତି ପ୍ରବାସୀ ଶ୍ରମିକ । ଚାଲି ଚାଲି ଘରକୁ ଫେରୁଥିବା ବେଳେ ଗାଡି ମାଡିଯାଉଛି ତ କ୍ୱାରେଣ୍ଟାଇନରେ କାହାର ଜୀବନ ଚାଲିଯାଉଛି । ସେହିପରି ଉତ୍ତରପ୍ରଦେଶ ବଜୀରଗଞ୍ଜ ଅଞ୍ଚଳର ଇମଲିୟା ଗାଁରେ ହରିୟାଣାରୁ ଫେରିଥିବା ପ୍ରାଖାପାଖୀ ୩୩ ପ୍ରବାସୀ ଶ୍ରମିକ ପହଞ୍ଚିଥିଲେ । ସମସ୍ତେ ଗୋଟିଏ ସ୍କୁଲରେ କ୍ୱାରେଣ୍ଟାଇନରେ ଥିବା ବେଳେ ଏକ ଅଘଟଣ ଘଟିଯାଇଛି । କ୍ୱାରେଣ୍ଟାଇନରେ ଥିବା ୧୬ ବର୍ଷିୟ ବାଳକକୁ ଏକ ବିଷାକ୍ତ ସାପ କାମୁଡିଥିଲା । ତାକୁ ମେଡିକାଲ ନେଇଥିଲେ ବି ଚିକିତ୍ସା ସମୟରେ ତାହାର ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସ୍କୁଲରେ ସଫା-ସୁତୁରା ପ୍ରତି କେହି ଧ୍ୟାନ ଦେଉନଥିଲେ । ଏହା ସହ ପୁଅକୁ ସାପ କାମୁଡିବାର ଅଧ ଘଣ୍ଟା ପରେ ପୋଲିସ ଓ ଆମ୍ବୁଲାନ୍ସ ଆସିଥିଲା । ଫଳରେ ପୁଅର ଜୀବନ ବଞ୍ଚାଇବାକୁ ବିଳମ୍ବ ହୋଇଗଲା ।

Get real time updates directly on you device, subscribe now.