fbpx

ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୬।୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି।  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ଯାଜପୁର – ୩୧, ଗଞ୍ଜାମ – ୧୩, କଟକ – ୬, କେନ୍ଦ୍ରାପଡା – ୪, ପୁରୀ – ୪, ଖୋର୍ଦ୍ଧା – ୩, ମୟୂରଭଞ୍ଜ – ୨, ନୟାଗଡ – ୨ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖ ଯୋଗ୍ୟଯେ ରାଜ୍ୟରେ ୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣ ୧୬୬ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାରେ ଏବେ ୫୬୮ ଆକ୍ଟିଭ କେସ ରହିଛି।

Get real time updates directly on you device, subscribe now.