fbpx

ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ  ରୂପ ସହ ୧୫୦କିମି ବେଗରେ ବହିପାରେ ପବନ!

ଭୁବନେଶ୍ୱର,୧୬।୫(ଓଡ଼ିଶା ଭାସ୍କର):   ଆଜି ବାତ୍ୟାର ରୂପ ନେବାର ସମ୍ଭାବନା ରହିିିଛି ସାମୁଦ୍ରିକ ଝଡ ‘ଅମ୍ଫାନ୍’ । ପାଣିପାଗ ସଂସ୍ଥା ମାନଙ୍କ ଆକଳନ ଅନୁସାରେ  ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ  ରୂପ ସହ ୧୫୦କିମି ବେଗରେ ପବନ ବହିବାର ଆଶଙ୍କା ରହିଛି

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା   ଲଘୁଚାପ ଆଜି  ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେବ।  ଏହାର  ପ୍ରଭାବ ଓଡିଶା ଉପରେ ପଡିବ କି ନାହିଁ ଏଯାଏଁ   କୌଣସି ପ୍ରକାର ସ୍ପଷ୍ଟ ହୋଇନାହିଁ।  ବାତ୍ୟା ରୂପ ନେବାପରେ ଏହାର ଗତିପଥକୁ ନେଇ  ଅଧିକ ତଥ୍ୟ ମିଳିପାରିବ। ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ କୁ ନେଇ ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଭିଡିଓ କନଫରେନ୍ସିଂରେ ସ୍ଥିତିର ସମିକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।ସେ କହିଛନ୍ତି ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି।

Get real time updates directly on you device, subscribe now.