fbpx

ଚିହ୍ନଟ ହୋଇଥିବା ନୂଆ୧୪ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ଆଜି ସକାଳେ ଚିହ୍ନଟ ହୋଇଥିବା ନୂଆ ୧୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୪ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଗଞ୍ଜାମର ଚିହ୍ନଟ ହୋଇଥିବା ୧୨ଆକ୍ରାନ୍ତ ସୁରଟ ଫେରନ୍ତା ଓ କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ବି ସୁରଟ ଫେରନ୍ତା । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟିନରେ ଥିଲେ । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସୁନ୍ଦରଗଡ଼ ଆକ୍ରାନ୍ତ ଆସିଥିବା ନେଇ ସୂଚନା ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ କରୋନାରେ ୩୨୦ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.