fbpx

Infosys ରେ ହେବନି ଛଟେଇ, ସିଇଓ ସଲିଲ ପାରେଖ ଦେଲେ ଖୁସିଖବର

Advertisement

ନୂଆଦିଲ୍ଲୀ: ସାରା ଦୁନିଆରେ ବଡ଼ ବଡ଼ କମ୍ପାନୀରେ ଛଟେଇ ଚାଲିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି । ଆଇଟି ସେକ୍ଟରରେ ଛଟେଇର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଖରାପ ପ୍ରଭାବ ଚାକିରି ଉପରେ ପଡିଛି । କର୍ମଚାରୀମାନଙ୍କ ଉପରେ ବିପଦ ପଡିଛି । ଏହାରି ମଧ୍ୟରେ ଦେଶର ବଡ଼ ଆଇଟୀ କମ୍ପାନୀ ଇନଫୋସିସ ନିଜ ଷ୍ଟାଫଙ୍କୁ ଆଶ୍ୱସ୍ତି ଦେଇଛି । ଇନଫୋସିସର ସିଇଓ ସଲିଲ ପାରେଖ ଛଟେଇ ଏବଂ ଚାକିରି ଉପରେ କମ୍ପାନୀର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସଲିଲ ପାରେଖ କହିଛନ୍ତି ଯେ, ଇନଫୋସିସର ସିଇଓ ସଲିଲ ପାରେଖ ଛଟେଇ ଏବଂ ଚାକିରି ଉପରେ କମ୍ପାନୀର ଆଭିମୁଖ୍ୟ ବିଷୟରେ ସ୍ପଷ୍ଟ କରିଛନ୍ତି । ସଲିଲ ପାରେଖ କହିଛନ୍ତି ଯେ, ଇନଫୋସିସରେ ଛଟେଇ ହେବନି ।

ସଲିଲ ପାରେଖ ଏକ ଇଣ୍ଟରଭ୍ୟୁରେ ଏହି କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଇନଫୋସିସରେ ଛଟେଇ କରିବାର କୌଣସି ଯୋଜନା କରାଯାଇନାହିଁ । ଆମେ ଏଆଇ କାରଣରୁ କାରିକୁ ଚାକିରିରୁ ବାହାର କରିବୁ ନାହିଁ । ସଲିଲ ପାରେଖ କହିଛନ୍ତି ଯେ, ଇଣ୍ଡଷ୍ଟ୍ରୀରେ ଅନେକ କାମ୍ପାନୀମାନ ଏପରି କଡ଼ା ପଦକ୍ଷେପ ନେଉଛନ୍ତି । ହେଲେ ଆମେ ଏପରି କରିବୁ ନାହିଁ । ଆଇଟି ଇଣ୍ଡଷ୍ଟ୍ରୀରେ ଅନେକ କମ୍ପାନୀମାନ ଏଆଇକୁ ଆପଣାଇ ବହୁ ସଂଖ୍ୟାରେ ଛଟେଇ କରୁଛନ୍ତି । ହେଲେ ଇନଫୋସିସ ତାହା କରିବା ନାହିଁ ।

ଇନଫୋସିସ ସିଇଓ କହିଛନ୍ତି ଯେ, ଅନେକ କମ୍ପାନୀମାନ ଅନେକ ପ୍ରକାରର ଟେକ୍ନୋଲୋଜୀ ସହ କାମ କରୁଛି । ତାଙ୍କ ଅନୁମାନ ଅନୁଯାୟୀ, ଆଗମୀ ବର୍ଷମାନଙ୍କରେ ଇନଫୋସିସ ଜେନେରିକ ଏଆଇରେ ହାୟରିଙ୍ଗ ଏବଂ ଟ୍ରେନିଙ୍ଗ ଜରିଆରେ ସ୍କିଲ ଡେଭଲପମେଣ୍ଟ କରିବ ।

Get real time updates directly on you device, subscribe now.