fbpx

‘ଛିଙ୍କନ୍ତୁ ଓ ଭାଇରସ୍ ବିସ୍ତାର କରନ୍ତୁ’-ପୋଷ୍ଟ କରି ଗିରଫ ହେଲେ ଇନଫୋସିସ୍ କର୍ମଚାରୀ, ଚାକିରୀ ବି ଗଲା

କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ସମଗ୍ର ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଳକ୍-ଡାଉନ୍ କରିଛନ୍ତି । ଏହାରି ମଧ୍ୟରେ କରୋନା ଭାଇରସକୁ ନେଇ ବେଙ୍ଗାଲୁରୁର ଆଇଟି କମ୍ପାନୀ ଇନଫୋସିସରେ ଏକ ମାମଲା ସାମନାକୁ ଆସିଛି , ଯେଉଁଠାରେ ଜଣେ କର୍ମଚାରୀ କରୋନାକୁ ନେଇ ସୋସିଆଲ ମିଡିଆରେ ବିବାଦୀୟ ବୟାନ ପୋଷ୍ଟ କରିଛନ୍ତି । ଫଳରେ ପୋଲିସ ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରିଛି ।

କୁହାଯାଉଛି ଯେ, ଆଇଟି କମ୍ପାନୀ ଇନଫୋସିସର ଅଭିଯୁକ୍ତ କର୍ମଚାରୀ ଜଣକ ଫେସବୁକରେ ଲେଖିଥିଲେ ଯେ, ବାହାରକୁ ଏକାଠି ଆସ । ଖୋଲା ସ୍ଥାନରେ ଛିଙ୍କ ଓ ଭାଇରସକୁ ବିସ୍ତାର କର ।” ଏପରି ପୋଷ୍ଟ କରିବା ଅଭିଯୋଗରେ ପୋଲିସ ଉକ୍ତ କର୍ମଚାରୀଙ୍କୁ ଗିରଫ କରିଛି ।

ଅନ୍ୟପଟେ ଇନଫୋସିସ୍ ମଧ୍ୟ ଅଭିଯୁକ୍ତ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସଫ୍ଟୱେୟର ଇଞ୍ଜିନିୟକ ଚାକିରିରୁ ବରଖାସ୍ତ କରିଛି ।

Get real time updates directly on you device, subscribe now.