fbpx

Infosys କର୍ମଚାରୀ ଏକସଙ୍ଗେ କରିପାରିବେ ଦୁଇଟି ଚାକିରି! କମ୍ପାନୀର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ସାଧାରଣ ଭାବେ ଗୋଟିଏ କମ୍ପାନୀରେ ଗୋଟିଏ କାମ କରିବାର ନିୟମ ରହିଥାଏ । ଯଦି ଆପଣଙ୍କୁ ଏକ ସଙ୍ଗେ ଦୁଇଟି ଚାକିରି କରିବାର ସୁଯୋଗ ମିଳେ, ତେବେ ଏହା ନିଶ୍ଚିତ ଭାବେ ଏକ ଖୁସି ଖବର ହେବ । ଇନଫୋସିସର କର୍ମଚାରୀଙ୍କ ପାଇଁ ଏହି ସୁଯୋଗ ଆସିଛି । ମୁନଲାଇଟିଙ୍ଗ ମଧ୍ୟରେ ଇନଫୋସିସ ନିଜ କର୍ମଚାରୀଙ୍କ ପାଇଁ ଗିଗ୍ ଜବସ୍ ଅଫର ଲଞ୍ଚ କରିଛି ।

ବର୍ତ୍ତମାନ ମୁନଲାଇଟିଙ୍ଗ ହଙ୍ଗାମା ଜାରି ରହିଥିବା ବେଳେ ଏହି ସମୟରେ କମ୍ପାନୀ କର୍ମଚାରୀଙ୍କ ପାଇଁ ନୂଆ ସୁଯୋଗ ଆଣି ଦେଇଛି । କର୍ମଚାରୀଙ୍କୁ ଅନ୍ୟ ଚାକିରି କରିବାକୁ ମଞ୍ଜୁରୀ ମିଳିପାରିବ । ମାତ୍ର ଏଥିପାଇଁ କର୍ମଚାରୀମାନେ ନିଜର ମ୍ୟାନେଜରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ତେବେ ଏଥିପାଇଁ କମ୍ପାନୀ କିଛି ସର୍ତ୍ତ ରଖିଛି ।

ପ୍ରଥମ ସର୍ତ୍ତ: କର୍ମଚାରୀ କେବଳ ଗିଗ୍ ଜବସ୍ କରିପାରିବେ । ଦ୍ୱିତୀୟ ସର୍ତ୍ତ: କର୍ମଚାରୀ ଯେଉଁ କାମ କରିବେ ତାହା କମ୍ପାନୀ କିମ୍ବା କ୍ଲାଏଣ୍ଟଙ୍କ ସହିତ କୌଣସି ସମ୍ପର୍କ ରହିନଥିବ । କମ୍ପାନୀ କର୍ମଚାରୀଙ୍କ ସହିତ ଆନ୍ତରିକ ବାର୍ତ୍ତାଳାପ କରି ଗିଗ୍ ଜବସ୍ ବିଷୟରେ କହିବା ସହ ଏହାକୁ କିପରି ହାସଲ କରିପାରିବେ ସେନେଇ ମଧ୍ୟ କୁହାଯାଇଛି ।

ବିଶ୍ଲେଷକଙ୍କ ମତରେ, ଏହି ପଦକ୍ଷେପ ଫଳରେ କମ୍ପାନୀର ଦୁଇଟି ଫାଇଦା ହୋଇପାରେ । ଗିଗ୍ ଜବରୁ କର୍ମଚାରୀଙ୍କୁ ଦ୍ୱିତୀୟ ସୋର୍ସରୁ ରୋଜଗାର ମିଳିପାରିବ । ଏଥିସହିତ ଇନଫୋସିସରେ କାର୍ଯ୍ୟ କରି କର୍ମଚାରୀମାନେ ନିଜର ଟେକ୍ନିକାଲ କାର୍ଯ୍ୟର ଆଗ୍ରହକୁ ପୂରଣ କରିପାରିବେ । ଏହାଦ୍ୱାରା କମ୍ପାନୀ ଅନେକ ପ୍ରକାରର ଚ୍ୟାଲେଞ୍ଜକୁ ସମାଧାନ କରିବାରେ ସହାୟତ ମିଳିପାରିବ ।

Get real time updates directly on you device, subscribe now.