fbpx
BSKY
BJD SHG SKY
BJD MC SKY

ଦୂର ହେବ ଗ୍ରାମୀଣ ସ୍ୱାସ୍ଥ୍ୟ ସମସ୍ୟା, ବେଦାନ୍ତ ପକ୍ଷରୁ ଶୁଭାରମ୍ଭ ହେଲା ଭ୍ରାମ୍ୟମାଣ ହେଲଥ ୟୁନିଟ

ଝାରସୁଗୁଡା : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ସୁନ୍ଦରଗଡ଼ ଜିଲ୍ଲାର ଦୂରବର୍ତି ଅଞ୍ଚଳ ଗୁଡ଼ିକରେ ଲୋକମାନଙ୍କ ସ୍ୱାସ୍ଥସେବା ଉପଲବ୍ଧ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଶୁଭାରମ୍ଭ କରିଛି । କମ୍ପାନି ଝରପଲମ ଗ୍ରାମରେ ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲା ଯେଉଁଠାକୁ ଅନ୍ୟାନ୍ୟ ଅଂଚଳର ଲୋକମାନେ ସ୍ୱାସ୍ଥସେବା ପାଇବାକୁ ଆସିଥିଲେ । ଡାକ୍ତରୀ ପେଶାଦାରଙ୍କ ଦ୍ୱାରା ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । କଂପାନିର କର୍ମଚାରୀମାନେ ସ୍ୱେଛାକୃତଭାବେ ଯୋଗ ଦେଇ ଏହି ସ୍ୱାସ୍ଥ୍ୟ ଶିବିରକୁ ସଫଳ କରାଇଥିଲେ,ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ସୁନ୍ଦରଗଡ଼ ଜିଲ୍ଲାର ଏକାଧିକ ଗାଁରେ ପହଁଚି ଲୋକଙ୍କୁ ଗୁଣମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା, ଯେଉଁଥିରେ ପ୍ରାଥମିକ ଚିକିତ୍ସା ପରାମର୍ଶ, ରକ୍ତ ପରୀକ୍ଷା, ରକ୍ତଚାପ ଅନୁଧ୍ୟାନ, ସାଧାରଣ ରୋଗ ପାଇଁ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିଥିଲା ।

ଏଥିରେ ଏମଏଚୟୁରେ ଡାକ୍ତରୀ ଦଳଙ୍କ ସମେତ ନର୍ସ, ଫାର୍ମାସିଷ୍ଟ ଓ ସଂଯୋଜକ ମାନେ ଥିଲେ । ମୋଟାମୋଟି ଭାବରେ ଏହି ପଦକ୍ଷେପ ଦ୍ୱାରା ୪୫୦୦ରୁ ଅଧିକ ଲୋକଙ୍କୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପରାମର୍ଶ ଓ ଔଷଧ ପ୍ରଦାନ କରାଯାଇ ପାରିବ ବୋଲି ଆଶା ରହିଛି । ଏହି ପଦକ୍ଷେପ ସଂପର୍କରେ ବେଦାନ୍ତ ଶ୍ରୀ ଭି. ଶ୍ରୀକାନ୍ତ, ସିଇଓ-ମାଇନ୍ସ କହିଥିଲେଯେ ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥତାର ସ୍ଥାୟୀ ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିବଦ୍ଧ । ଆମର ସାମୁହିକ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ କରିବା ଲାଗି ଆମ ପ୍ରୟାସରେ ଏହା ପ୍ରତିଫଳିତ ହୋଇଛି । ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଓ ସ୍ୱାସ୍ଥ୍ୟ ଶିବିର ପରି ଫୋକସ ହସ୍ତକ୍ଷେପ ମାଧ୍ୟମରେ ଆମେ ଗ୍ରାମୀଣ ଗୋଷ୍ଠୀର ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସେମାନଙ୍କ ଦ୍ୱାରଦେଶରେ ପହଁଚାଇବାରେ ସାହାଯ୍ୟ କରୁଛୁ । ଏହି ଶିବିରରେ ଯୋଗଦେଇଥିବା ଜଣେ ସ୍ଥାନୀୟ ବାସିନ୍ଦା ଶ୍ରୀ ପ୍ରଶନ୍ନ ଗିଦାଲି କହିଛନ୍ତିଯେ ଏହିପରି ସ୍ୱାସ୍ଥ୍ୟ ଶିବିର ଆମ ଘର ନିକଟରେ ହେଉଥିବାରୁ ଆମେ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରୁଛୁ । ଡାକ୍ତରମାନେ ଆମକୁ ବହୁ ମୂଲ୍ୟବାନ ପରାମର୍ଶ ଦେଉଛନ୍ତି । ଏହିପରି ପଦକ୍ଷେପ ଦ୍ୱାରା ଆମ ଗ୍ରାମାଂଚଳର ଲୋକମାନେ ବହୁ ଉପକୃତ ହୋଇ ପାରିବେ ।

Get real time updates directly on you device, subscribe now.