fbpx

ନାରାୟଣ ମୂର୍ତ୍ତିଙ୍କ କଥାକୁ ସମର୍ଥନ କଲେ କଂଗ୍ରେସ ସାଂସଦ, କହିଲେ ସପ୍ତାହକୁ ଗୋଟିଏ ଦିନ ଛୁଟି ଯଥେଷ୍ଟ

Advertisement

ନୂଆଦିଲ୍ଲୀ: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଭାରତର ଲୋକମାନେ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଉଚିତ ବୋଲି କହିବା ପରେ ଏହାକୁ ନେଇ ଏ ପର୍ଯ୍ୟନ୍ତ ବିବାଦ ଲାଗି ରହିଛି । କିଛି ଲୋକ ମୂର୍ତ୍ତିଙ୍କୁ ସମର୍ଥନ କରିଥିବା ବେଳେ ବହୁ ସଂଖ୍ୟାରେ ଲୋକମାନେ ତାଙ୍କୁ ବିରୋଧ କରିଛନ୍ତି । ଏପରି ଏକ ସମୟରେ କଂଗ୍ରେସ ନେତା ତଥା ପଞ୍ଜାବ ଶ୍ରୀଆନନ୍ଦପୁର ସାବିବ ସିଟ୍‌ରୁ ଲୋକସଭା ସାଂସଦ ମନୀଷ ତିୱାରି ନାରାୟଣ ମୂର୍ତ୍ତିଙ୍କ କଥାକୁ ସମର୍ଥନ କରିଛନ୍ତି । ଏହା ସହିତ ସେ ଆହୁରି କିଛି କଥା କହିଛନ୍ତି ଯାହାକୁ ନେଇ ବିବାଦ ଆହୁରି ବଢିଯାଇପାରେ ।

କଂଗ୍ରେସ ସାଂସଦ କହିଛନ୍ତି ୭୦ ଘଣ୍ଟା କାମ କରିବାକୁ ନେଇ ନାରାୟଣ ମୂର୍ତ୍ତିଙ୍କ ଦେଇଥିବା ବୟାନକୁ ସେ ସମର୍ଥନ କରୁଛନ୍ତି । ସେ କହିଛନ୍ତି ଆମମାନଙ୍କ ମଧ୍ୟରୁ କିଛି ଜନ ପ୍ରତିନିଧି ସାର୍ବଜନିକ ସେବା ସହିତ କ୍ୟାରିୟରକୁ ସନ୍ତୁଳିତ କରି ସପ୍ତାହରେ ୭ ଦିନ ୧୨ରୁ ୧୫ ଘଣ୍ଟା କାମ କରୁଛୁ । ସେ କହିଛନ୍ତି ମୋର ମନେ ପଡୁନାହିଁ କି ମୁଁ ଶେଷ ଥର ରବିବାର କେବେ ଛୁଟି ନେଇଥିଲି । ରବିବାର ଦିନ ମଧ୍ୟ ନିର୍ବାଚନ କ୍ଷେତ୍ରରେ ସାରାଦିନ କାମ ରହିଥାଏ ।
ସେ କହିଛନ୍ତି ଭାରତକୁ ଏକ ମହାଶକ୍ତି ଭାବରେ ଦେଖିବାକୁ ଚାହୁଁଥିଲେ ଯୁବପିଢି ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଚିତ । ସପ୍ତାହରେ ୭୦ ଘଣ୍ଟା କାମ, ଗୋଟିଏ ଦିନ ଛୁଟି ଓ ବର୍ଷରେ ୧୫ ଦିନ ଛୁଟି ଯୋଜନା ପ୍ରସ୍ତୁତ କରାଯିବା ଉଚିତ ।

ଏହା ପୂର୍ବରୁ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଓ ଜାପାନର ଉଦାହରଣ ଦେଇ କହିଥିଲେ ଭାରତର ଯୁବକମାନେ ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଛିତ । ସେ କହିଥିଲେ ଭାରତର ୱାର୍କ ପ୍ରଡକ୍ଟିଭିଟି ବିଶ୍ୱରେ ସବୁଠାରୁ କମ୍ ରହିଛି । ଆମେ ୱାର୍କ ପ୍ରଡକ୍ଟିଭିଟିରେ ସୁଧାର ନ ଆଣିଲେ ବିକଶିତ ଦେଶ ମଧ୍ୟରେ ସାମିଲ ହୋଇପାରିବା ନାହିଁ ।

Get real time updates directly on you device, subscribe now.