fbpx

ଇଞ୍ଜେକ୍ଟର୍ ଗନରେ ଦିଆଯିବ ପ୍ରଥମ ଡିଏନଏ୍ ଭାକସିନ୍, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦୁନିଆର ପ୍ରଥମ ଡିଏନଏ୍ ଭାକସିନ୍ ତିଆରି କରିଥିବା ଭାରତ ଏବେ ବିନା ଛୁଞ୍ଚି ଯୁକ୍ତ ଟେକ୍ନୋଲୋଜିକୁ ଆପଣାଯାଇଛି । ଏହି ଟେକ୍ନୋଲୋଜି ୧୦ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଏବେ ଏହାକୁ ପୁଣିଥରେ ବ୍ୟବହାର କରାଯିବ । ଏହି ଟେକ୍ନିକ୍ ଏପରି ରହିଛି ଯେଉଁଥିରେ ଟିକା ଲଗାଇବା ବେଳେ ଛୁଞ୍ଚିର ବ୍ୟବହାର ହେବ ନାହିଁ । ତେବେ ଏଥିରେ ଇଞ୍ଜେକ୍ଟର୍ ଗନ୍ ଜରିଆରେ ଭାକସିନ୍ ଲଗାଯିବ । ଯେଉଁଥିରେ ଛୁଞ୍ଚି ଲଗାଇବା ବେଳେ ହେଉଥିବା ଯନ୍ତ୍ରଣା ହେବ ନାହିଁ । ଏହି ଟେକ୍ନିକ୍ ରେ ପ୍ରୟୋଗ ହେଉଥିବା ଇଞ୍ଜେକ୍ଟର୍ ଗନ୍ ସାଧାରଣ ଇଞ୍ଜେକ୍ସନ୍ ତୁଳନାରେ ୫୦ ଗୁଣ ଅଧିକ କାମ କରେ ।

ଏହାକୁ ଚର୍ମ ଉପରେ ରଖି ଅଳ୍ପ ପ୍ରେସର୍ ଦେବାକୁ ପଡ଼େ । ଏହାପରେ ଗନ୍ ର ଉପର ଅଂଶରେ ସଂଯୋଗ ହୋଇଥିବା ସେନ୍ସର୍ ଶିରାର ସନ୍ଧାନ କରିବା ଆରମ୍ଭ କରେ ଓ ସୁଇଚ୍ ଚିପିବା ପରେ ଭାକସିନ୍ ପ୍ରତି ସେକେଣ୍ଡରେ ୨୦୦ ମିଟର୍ ବେଗରେ ଶରୀରରେ ପ୍ରବେଶ କରିଥାଏ । ୦.୩ ସେକେଣ୍ଡରେ ଭାକସିନ୍ ର ୧ ଏମଏଲ୍ ଡୋଜ୍ ଶିରାରେ ପହଞ୍ଚିଯାଏ । ଏଥିରେ ଜଣେ ବ୍ୟକ୍ତିକୁ କରୋନା ଟିକାର ୦.୫ ଏମଏଲ୍ ଡୋଜ୍ ହିଁ ଦିଆଯାଇପାରିବ । ଏବେ ଏହାର ଦାମ୍ ସ୍ଥିର କରାଯାଇନାହିଁ । କିନ୍ତୁ ଶୁଣିବାକୁ ମିଳିଛି ଯେ, ତିନିଟି ଡୋଜ୍ ବିଶିଷ୍ଟ ଏହି ଭାକସିନ୍ ୧୯୦୦ ରୁ ୨୦୦୦ ଟଙ୍କାରେ ଉପଲବ୍ଧ ହୋଇପାରେ ।

ଫାର୍ମା ଜେଟ୍ ରୁ ମିଳିଥିବା ସୂଚନା ମୁତାବକ, ଇଞ୍ଜେକ୍ଟର୍ ଗନ୍ ୱାଇଫାଇ ଯୁକ୍ତ ହେବ । ଏଥିସହିତ ଗନ୍ ର ଉପରି ଭାଗରେ ସେନ୍ସସ୍ ଲଗାଯାଇଛି, ଯାହାକି ଶରୀରରେ ଥିବା ଶିରାର ସନ୍ଧାନ କରିବ । ଟିକା ନେବା ପରେ ଗନ୍ ର ତଳ ଭାଗରେ ଥିବା ସ୍କ୍ରିନ୍ ରେ ସବୁଜ ରଙ୍ଗର ସଂକେତ ଦେଖାଇବ । ଯାହାଦ୍ୱାରା ଜଣାପଡ଼ିବ ଯେ, ଟିକା ଲଗାଗଲା କି ନାହିଁ ।

Get real time updates directly on you device, subscribe now.