fbpx

ପ୍ରେସ୍ କନ୍ଫରେନ୍ସିଂ ସମୟର କୃଷକ ନେତା ରାକେଶ ଟିକାୟତଙ୍କ ଉପରକୁ କାଳିମାଡ଼

Advertisement

କୃଷକ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼ । କର୍ଣ୍ଣାଟକରେ ଗସ୍ତରେ ଥିବା କୃଷକ ନେତା ରାକେଶ ଟିକାୟତଙ୍କୁ ଲୋକଙ୍କ ଅକ୍ରୋଶର ଶିକାର ହେବାକୁ ପଡ଼ିଛି । କାଳିମାଡ଼କୁ ନେଇ କୃଷକ ନେତା ଟିକାୟତ କହିଛନ୍ତି ଯେ କୃଷକ ନେତା ଚନ୍ଦ୍ରଶେଖରଙ୍କ ସମର୍ଥକମାନେ ତାଙ୍କ ଉପରକୁ କାଳି ମାଡ଼ କରିଛନ୍ତି । ରାଜଧାନୀ ବେଙ୍ଗାଲୁରୁରେ ହେଉଥିବା ଏକ ପ୍ରେସ କନ୍ଫରେନ୍ସରେ ଏହି ଘଟଣା ଘଟିଥିଲା ।

ରିପୋର୍ଟ ଅନୂଯାୟୀ, ଟିକାୟତ ଏବଂ ଯୁଦ୍ଧବୀର ସିଂହ କର୍ଣ୍ଣାଟକ କୃଷକ ନେତା କୋଡିହଲ୍ଲୀ ଚନ୍ଦ୍ରଶେଖରଙ୍କ ଷ୍ଟିଙ୍ଗ ଅପରେସନ ସହ ଜଡ଼ିତ ଏକ ଭିଡିଓକୁ ନେଇ ସଫେଇ ଦେଉଥିଲେ । ଏହି ଷ୍ଟିଙ୍ଗ ଅପରେସନ ଏକ ଚ୍ୟାନେଲ କରିଥିଲା, ଯେଉଁଥିରେ କୋଡିହଲ୍ଲୀ ଟଙ୍କା ଦାବି କରୁଥିବାର ନଜର ଆସିଥିଲେ ।

ମିଳିଥିବା ସୂଚନା ଅନୂଯାୟୀ, ଦୁଇ ନେତା ପ୍ରେସ କନ୍ଫରେନ୍ସିଂ ମାଧ୍ୟମରେ ଏହି ମାମଲାରେ ସାମିଲ ନଥିବା ନେଇ ସଫେଇ ଦେଉଥିଲେ । ଏହା ସହ ସେମାନେ କୃଷକ ନେତା କୋଡିହଲ୍ଲୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଥିଲେ । ଆଉ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ସମୟରେ ହିଁ କିଛି ଲୋକ ସେମାନଙ୍କ ଉପରେ କାଳିମାଡ଼ କରିଥିଲେ ।

Get real time updates directly on you device, subscribe now.