୨୦,୦୦୦ ଟଙ୍କା ପାଇଁ ୧୨ ବର୍ଷର ପୁଅକୁ ବନ୍ଧା ରଖିଲେ ବାପା

ଟଙ୍କା ପାଇଁ ଶ୍ରମିକ ଭାବେ ପୁଅକୁ ବନ୍ଧା ରଖିଲେ ବାପା

ରାଜସ୍ଥାନ: ମାତ୍ର 20,000 ଟଙ୍କା ପାଇଁ ପୁଅକୁ ବନ୍ଧା ରଖିଲେ ବାପା। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବୁନ୍ଦିରୁ। ଏଠାରେ ଜଣେ ବାପା ତାଙ୍କ 12 ବର୍ଷର ନିର୍ଦ୍ଦୋଷ ପୁଅକୁ ସାମାନ୍ୟ କେତେଟା ଟଙ୍କା ପାଇଁ ଜଣେ ସମ୍ପର୍କୀୟଙ୍କୁ ଶ୍ରମିକ ଭାବରେ ବନ୍ଧକ ରଖିଥିଲେ।

ପ୍ରକୃତରେ, ଗାଁରେ ଥିବା ଦେବତାଙ୍କୁ ଭୋଗ ଚଢ଼ାଇବା ପାଇଁ ବାପାଙ୍କୁ ଟଙ୍କାର ଆବଶ୍ୟକତା ଥିଲା। କିନ୍ତୁ ତାଙ୍କ ପକେଟରେ ଗୋଟିଏ ଟଙ୍କା ବି ନଥିଲା। ତା’ପରେ ସେ ଭାବିଲେ ଯେ କାହିଁକି ତାଙ୍କ ପୁଅକୁ ୧୦ ମାସ ପାଇଁ ବନ୍ଧକ ରଖିବେ ନାହିଁ। ଏବଂ ତା’ପରେ ସେ ତାଙ୍କ ପୁଅ ସହିତ ଟଙ୍କା ପାଇଁ ଏପରି ଏକ ଚୁକ୍ତି କରିଥିଲେ।

ଅଧିକାରୀମାନଙ୍କ ମତରେ, ଜଣେ 12 ବର୍ଷୀୟ ବାଳକକୁ ତାଙ୍କ ବାପା 20,000 ଟଙ୍କାରେ 10 ମାସ ପାଇଁ ଶ୍ରମିକ ଭାବେ ବନ୍ଧକ ରଖାଯାଇଥିଲା ଏବଂ 9 ରୁ 6 ଟା ପର୍ଯ୍ୟନ୍ତ କାମ କରିବାକୁ କୁହାଯାଉଥିଲା।

ହଠାତ ଦିନେ ବାଳକଟି ଖସିଯିବାରେ ସଫଳ ହୋଇଥିଲା ଏବଂ ବୁନ୍ଦି ରେଳ ଷ୍ଟେସନରୁ ତାଙ୍କୁ ଉଦ୍ଧାର କରାଯାଇ ଶିଶୁ କଲ୍ୟାଣ କମିଟି (CWC) ସମ୍ମୁଖରେ ହାଜର କରାଯାଇଥିଲା।

ମାନବ ଚାଲାଣ ବିରୋଧୀ ୟୁନିଟ୍, ଶ୍ରମ ବିଭାଗ ଏବଂ ଚାଇଲ୍ଡଲାଇନ୍ ର ଏକ ଟାସ୍କଫୋର୍ସ ଶିଶୁଟିକୁ ଉଦ୍ଧାର କରିବାରେ ସାମିଲ ହୋଇଥିଲେ। ସମ୍ପର୍କୀୟଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଥିଲା।