fbpx

ପୁଣି ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଫଟୋ ଭାଇରାଲ

AAKASH

ଓଡ଼ିଶା ଭାସ୍କର; ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ,କ୍ୟାମେରା ନେବା ଉପରେ କଡା କଟକଣା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବଡ ବଡ ସୂଚନା ପ୍ଲାକାର୍ଡ ମଧ୍ୟ ଲଗାଯାଇଛି। ସେପଟେ ଶ୍ରଦ୍ଧାଳୁଙ୍କୁ ନିୟମିତ ଭାବେ ସୁରକ୍ଷା କର୍ମୀମାନେ ଯାଞ୍ଚ ମଧ୍ୟ କରୁଛନ୍ତି। କିନ୍ତୁ ଏହାସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛିଦିନ ତଳେ ଶ୍ରୀମନ୍ଦିର ଫଟୋ ଭାଇରାଲ ହୋଇଥିବା ବେଳେ ଆଜି ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଜଣେ ଯୁବକଙ୍କ ଇନଷ୍ଟାଗ୍ରାମରେ ପେଜରେ ଫଟୋ ଅପଲୋଡ଼ ହୋଇଛି। ପ୍ରଫେସନାଲ କ୍ୟାମେରାରେ ଏହି ଫଟୋସୁଟ୍ ହୋଇଥିବା ଅନୁମାନ କରାଯାଉଛି। ତେବେ ବାରମ୍ବାର ଶ୍ରୀମନ୍ଦିର ଭିତର ଭିଡିଓ ଏବଂ ଫଟୋ ଭାଇରାଲ ହେଉଥିବାରୁ ଏହାକୁ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

Get real time updates directly on you device, subscribe now.