fbpx
BSKY
BJD YOUTH SKY
BJD MS SKY

ପେଟିଏମ ବିବାଦ ପରେ ଏହିସବୁ ଆପ୍ ଗୁଡ଼ିକୁ ବଡ଼ ଫାଇଦା: Online Payment ପାଇଁ ବଢିଲା ଡାଉନଲୋଡ ହାର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ତରଫରୁ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫେବୃଆରୀ ୨୯ ତାରିଖରେ ଟ୍ରାଞ୍ଜାକ୍ସନ ବନ୍ଦ କରିବା ନିଷ୍ପତ୍ତି ପରେ କମ୍ପାନୀର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପେଟିଏମ ପେମେଣ୍ଟ ବ୍ୟାଙ୍କିଙ୍ଗ ସେବାକୁ ରୋକି ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଅନ୍ୟ ଡିଜିଟାଲ ପେମେଣ୍ଟ ଆପଗୁଡ଼ିକୁ ବଡ଼ ଫାଇଦା ହୋଇଛି । ଅନଲାଇନରେ ପେମେଣ୍ଟ କରିବା ପାଇଁ ୟୁଜରମାନେ ଲଗାତାର ଏହି ଆପ୍ ଗୁଡ଼ିକୁ ଡାଉନଲୋଡ କରୁଛନ୍ତି ।

ପେଟିଏମ ପେମେଣ୍ଟ ବ୍ୟାଙ୍କକୁ ବ୍ୟାନ୍ କରିବା ପାଇଁ ନିର୍ଦ୍ଦେଶ ଜାରି ହେବା ପରେ ଲୋକମାନେ ଏହାକୁ ଅନଇନଷ୍ଟଲ କରିବା ଆରମ୍ଭ କରି ଦେଇଛନ୍ତି । ଫଳରେ ଏହାର ଫାଇଦା ଉଠାଇଛନ୍ତି ଫୋନଫେ, ଗୁଗଲ ପେ ଏବଂ ଭୀମ୍ ୟୁପିଆଇ ଭଳି ଆପ୍ ଗୁଡ଼ିକର ଖୁବ ଫାଇଦା ହୋଇଛି । ଏହି ୩ଟି ଅନଲାଇନ ପେମେଣ୍ଟ ଆପ୍ସର ୟୁଜର ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ପେଟିଏମ ଭାରତରେ ଏକ ବଡ଼ ମାର୍କେଟ ରହିଥିଲା । ଅନଲାଇନ ପେମେଣ୍ଟ ସେକ୍ଟରରେ ପେଟିଏମ ଯୋଗୁଁ ଅନ୍ୟାନ୍ୟ ଆପ୍ ଗୁଡ଼ିକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ବର୍ତ୍ତମାନ ଫୋନପେ, ଗୁଗଲ ପେ ଏବଂ ଭୀମ୍ ୟୁପିଆଇ ଭଳି ଆପ୍ ଲାଭବାନ୍ ହେଉଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ପଦକ୍ଷେପ ଅନ୍ୟ କମ୍ପାନୀଗୁଡ଼ିକୁ ବଡ଼ ସୁଯୋଗ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ରିଜର୍ଭ ବ୍ୟାଙ୍କ ତରଫରୁ ଜାନୁୟାରୀ ୩୧ ତାରିଖରେ ପ୍ରାୟ ୨.୭୯ ଲକ୍ଷ ଲୋକ ଫୋନପେ ଆପ୍ ଡାଉନଲୋଡ କରିଛନ୍ତି । ଏହାପୂର୍ବରୁ ଜାନୁୟାରୀ ୨୭ ତାରିଖରେ୧.୯୨ ଲକ୍ଷ ଏହି ଆପ୍ ଡାଉନଲୋଡ କରିଛନ୍ତି । ତେବେ ଫୋନପେ ୟୁଜରଙ୍କ ଲିଷ୍ଟରେ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି ।

ଜାନୁଆରୀ ୨୭ ରେ BHIM UPI ର ୧.୧୧ ଲକ୍ଷ ଡାଉନଲୋଡ୍ ଥିଲା କିନ୍ତୁ ଫେବୃଆରୀ ୩ ରେ ଏହାର ଡାଉନଲୋଡ୍ ସଂଖ୍ୟା ବହୁଗୁଣିତ ହେଲା । ଏହାର ଅର୍ଥ ହେଉଛି, ଆରବିଆଇର ନିଷ୍ପତ୍ତି ପରେ BHIM UPIର ୟୁଜର୍ ବେସରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି।

ଫୋନ୍ ପେ ଏବଂ ଭୀମ୍ ତୁଳନାରେ ଗୁଗଲ ପେ’ ସାମାନ୍ୟ ପଛରେ ପଡ଼ି ଯାଇଛି । ଜାନୁଆରୀ ୨୭ ରେ, ଗୁଗୁଲ୍ ପେ ୧.୦୪ ଲକ୍ଷ ଲୋକ ଡାଉନଲୋଡ୍ କରିଛନ୍ତି । ଜାନୁୟାରୀ ୩୧ ରୁ ଫେବୃଆରୀ ୩ ମଧ୍ୟରେ ଗୁଗୁଲ୍ ପେ ବ୍ୟବହାରକାରୀଙ୍କ ପ୍ରାୟ ୪ ପ୍ରତିଶତ ବୃଦ୍ଧି ଘଟିଛି।

Get real time updates directly on you device, subscribe now.