fbpx
BSKY SKY
BSKY SKY

ସାଇନ ବୋର୍ଡରେ ଜ୍ଞାନବ୍ୟାପି ମସଜିଦ ପରିବର୍ତ୍ତେ ମନ୍ଦିର ଷ୍ଟିକର ଲଗାଇ ଅଡ଼ୁଆରେ ଯୁବକ; ଥାନାରେ ମାମଲା

BSKY

ବାରାଣସୀ: ସାଇନ ବୋର୍ଡରେ ଜ୍ଞାନବ୍ୟାପି ମସଜିଦ ପରିବର୍ତ୍ତେ ମନ୍ଦିର ଷ୍ଟିକର ଲଗାଇ ଅଡ଼ୁଆରେ ପଡ଼ିଛନ୍ତି ଯୁବକ । ବର୍ତ୍ତମାନ ଏହି ଘଟଣାକୁ ନେଇ ଥାନାରେ ମାମଲା ଦାୟର ହୋଇଛି । ବାରଣାସୀ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜ୍ଞାନବାପିର ବ୍ୟାସ ବେସମେଣ୍ଟରେ ପୂଜା ଆରମ୍ଭ ହୋଇଛି ସତ । ଏହାକୁ ନେଇ ହିନ୍ଦୁ ପକ୍ଷ ଖୁସି ବ୍ୟକ୍ତ କରିଛନ୍ତି । ହେଲେ ଅନ୍ୟପକ୍ଷରେ ମୁସଲମାନ ପକ୍ଷ ଏହି ନିଷ୍ପତ୍ତିକୁ ନେଇ ଆଦୌ ଖୁସି ନ ଥିବା ଜଣା ପଡ଼ିଛି ।

ସେମାନେ ଏହି ନିଷ୍ପତି ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏସବୁ ଭିତରେ ଜ୍ଞାନବାପି ଯିବା ବାଟରେ କିଛି ଯୁବକ ସାଇନ୍ ବୋର୍ଡରେ ଲେଖାକୁ ବଦଳାଇ ଦେଇଥିଲେ । ସେମାନେ ସାଇନ ବୋର୍ଡରେ ଜ୍ଞାନବାପି ମସଜିଦ ପରିବର୍ତ୍ତେ ଜ୍ଞାନବାପି ମନ୍ଦିରର ଷ୍ଟିକର ଲଗାଇଥିଲେ ।

ଏହାର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜ୍ଞାନବାପି ବାହାରେ ଥିବା ସାଇନ୍ ବୋର୍ଡରେ ମସଜିଦ୍ ପରିବର୍ତ୍ତେ ମନ୍ଦିରର ଷ୍ଟିକର ଲଗାଇଥିବା ହିନ୍ଦୁତ୍ୱ ସଂଗଠନର ସଭାପତିଙ୍କ ବିରୋଧରେ ଧାର୍ମିକ ଉତ୍ତେଜନା ମାମଲା ରୁଜୁ ହୋଇଛି । ରାଷ୍ଟ୍ରୀୟ ହିନ୍ଦୁ ଦଳର ସଭାପତି ରୋଶନ ପାଣ୍ଡେଙ୍କ ବିରୋଧରେ ଆଇପିସିର ଧାରା ୨୯୫, ୧୫୩, ୫୦୫ ଅନୁଯାୟୀ ସହରର ଚୌକ ଥାନାରେ ଏତଲା ରୁଜୁ ହୋଇଛି ।

 

Get real time updates directly on you device, subscribe now.