fbpx

ASO ପରୀକ୍ଷା ପାଇଁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ଅଗଷ୍ଟ ୨୧ ତାରିଖରେ ପରୀକ୍ଷା ହେବା ନେଇ ପୂର୍ବରୁ ଓପିଏସସି ପକ୍ଷରୁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ଘୁଞ୍ଚାଇବା ନିମନ୍ତେ ଛାତ୍ରଛାତ୍ରୀମାନେ ଓପିଏସପି ନିକଟରେ ଦାବି ରଖିଥିଲେ ।

ତେବେ ସବୁ ଦୃଷ୍ଟିରୁ ବିଚାର କରି ଓପିଏସସି ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲା । ଅଗଷ୍ଟ ୨୧ ବଦଳରେ ୨୭ ତାରିଖରେ ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ କରାଯାଇଥିଲା । ଏନେଇ ଓପିଏସସପି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଏସଓ ପରୀକ୍ଷା ୩ଟି ସିଟିଂରେ ଅନୁଷ୍ଠିତ ହେବ । ପ୍ରଥମ ସିଟି ସକାଳ ୯ରୁ ୧୦.୩୦, ଦ୍ୱିତୀୟ ସିଟି ୧୧.୩୦ରୁ ୧ଟା, ତୃତୀୟ ସିଟିଂ ୨.୩୦ରୁ ୪.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଏଏସଓ ପରୀକ୍ଷା ପାଇଁ କିଛି ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ୧୩୯ଟି ଶିକ୍ଷାନୁଷ୍ଠାନ ସେହିଦିନ ବନ୍ଦ ରହିବ । ଏଏସଓ ପରୀକ୍ଷା ପାଇଁ ଜିଲ୍ଲାରେ ୧୩୯ଟି କେନ୍ଦ୍ର କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଛୁଟି ଘୋଷଣା କରାଯାଇଛି ।

ଅନ୍ୟପକ୍ଷରେ ଏଏସଓ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ମାତ୍ର ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ । ଅଗଷ୍ଟ ୨୭ରେ ପରୀକ୍ଷା କରାଇବା ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟରେ ଗତ ୨୨ ତାରିଖରେ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.