fbpx

ସଙ୍ଗରୋଧରେ ଆଇବି ଅଧିକାରୀ

ଭୁବନେଶ୍ୱର, ୭ା୪ (ଓଡ଼ିଶା ଭାସ୍କର): ଭୁବନେଶ୍ୱରସ୍ଥିତ ଇଣ୍ଟଲିଜେନ୍ସ ବ୍ୟୁରୋ (ଆଇବି) କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସଙ୍ଗରୋଧରେ ରହିଥିବା ଜଣାପଡ଼ିଛି । ଭୁବନେଶ୍ୱରର ସ୍ପେଶାଲ୍ ସର୍କିଟ ହାଉସ୍ ନିକଟରେ ଥିବା ଏହି କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ସିଲ୍ କରିବା ସହ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଆଇବି କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଏପରି କରାଯାଇଛି । ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବେଳକୁ ବେଳ ବଢ଼ିବାକୁ ଲାଗିଛି । ତେଣୁ ସଂକ୍ରମିତଙ୍କ ସଂଖ୍ୟା ଉପରେ ଅଙ୍କୁଶ ଲଗାଇବାକୁ ଏହି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.