fbpx

କରୋନା ବିରୋଧରେ ଜିତିଲେ ୮୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ, ୭ା୪: କରୋନା ବିରୋଧରେ ଲଢ଼େଇ କରି ଜଣେ ୮୨ ବର୍ଷୀୟ ବୃଦ୍ଧା ଯୁଦ୍ଧ ଜିତିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଭାଇରସ୍ ସଂକ୍ରମଣକୁ ନେଇ ଦେଶ ସଙ୍କଟଜନକ ପରିସ୍ଥିତିର ସାମ୍ନା କରୁଥିବା ବେଳେ ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରି ସ୍ଥିତିରେ ଦିଲ୍ଲୀର ଜଣେ ୮୨ ବର୍ଷୀୟ ବୃଦ୍ଧ କରୋନା ବିରୋଧରେ ଲଢ଼େଇ କରି ଜିତିବା ଦେଶବାସୀଙ୍କ ମନରେ ସାମାନ୍ୟ ଆଶ୍ୱସ୍ଥି ଆଣି ଦେଇଛି । ଏହି ବୃଦ୍ଧ ବ୍ୟକ୍ତି ଜଣକ ଖୁବଶୀଘ୍ର ଘରକୁ ଫେରିବେ ବୋଲି ଜଣାପଡ଼ିଛି । ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ମନମୋହନ ସିଂ ନାମକ ଏହି ବୃଦ୍ଧ ବ୍ୟକ୍ତିଜଣକ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ ।

Get real time updates directly on you device, subscribe now.