fbpx

ଗତ ୨୪ଘଣ୍ଟାରେ କରୋନାରେ ୩୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୭ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ କ୍ୱରେଣ୍ଟାଇନରେ ଥିବା ଲୋକଙ୍କୁ ନୀରିକ୍ଷଣ କରାଯାଉଛି । କରୋନା ଆକ୍ରାନ୍ତଙ୍କ ପାଇଁ କୋଭିଡ଼ କେୟାର ସେଣ୍ଟର ଖୋଲାଯିବ । ଏହାସହ ରେଲୱେ ପକ୍ଷରୁ ୪୦ହଜାର ଆଇସୋଲେସନ ୱାର୍ଡ଼ ପ୍ରସ୍ତୁତ ହୋଇଛି । ଗତ ୨୪ଘଣ୍ଟାରେ କରୋନାରେ ୩୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୪,୪୨୧ ଜଣ କରୋନା ଆକ୍ରାନ୍ତ ଅଛନ୍ତି । କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୧୭ରେ ପହଞ୍ଚିଥିବା ନେଇ ସେ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୩୨୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ୧ଲକ୍ଷ ୭୦୦୬ନମୁନା ପରୀକ୍ଷା କରାଯାଇଛି । ଆଗକୁ ସରୁଥିବା ତାଲାବନ୍ଦ ଅବଧି ପ୍ରକ୍ରିୟାକୁ ବଢ଼ାଯିବ କି ନାହିଁ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.