fbpx

୪ଜିଲ୍ଲା ଗସ୍ତ କରିବେ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର, ୩ା୬(ଓଡ଼ିଶା ଭାସ୍କର): ନିକଟରେ ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ ଯୋଗୁଁ ରାଜ୍ୟର ୪ଟି ଜିଲ୍ଳାରେ ଅଧିକ କ୍ଷୟକ୍ଷତି ଘଟିଛି । ଏହି କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ୪ଟି ଜିଲ୍ଲା ଗସ୍ତ କରିବେ । ୪ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର । ଆସନ୍ତାକାଲି ଏହି କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଗସ୍ତ କରିବେ । ସେହପରିି ୫ଜୁନରେ ଭଦ୍ରକ ଓ ଜଗତସିଂହପୁର ଜିଲ୍ଳା ଗସ୍ତ କରି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍ । ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ପ୍ରକାଶ ଏହି ଟିମର ନେତୃତ୍ୱ ନେଉଛନ୍ତି । ପ୍ରକାଶ ଯୋଗ୍ୟ ବାତ୍ୟା ଅମ୍ଫାନ କ୍ଷୟକ୍ଷତି ଘଟାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଓଡ଼ିଶା ଆସି ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ । ଏହାସହ ଓଡ଼ିଶା ପାଇଁ ୫୦୦କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ଏହି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ଘଣ୍ଟା ନପୁରୁଣୁ ଓଡ଼ିଶାକୁ ମିଳିଯାଇଥିବା ନେଇ ସୂଚନା ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରିବେ ଓ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ସ୍ଥିତି ସମୀକ୍ଷା କରିବ । ଏହାପରେ ଦାବି ଅନୁସାରେ ବଳକା ସହାୟତା ରାଶି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

Get real time updates directly on you device, subscribe now.