fbpx

ଏସଟିଏଫ ହାତରେ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ, ୨ ଗିରଫ

ଭଦ୍ରକ, ୦୫/୦୫: ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ବୁଧବାର ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ରାକେଟକୁ ଧରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବିହାର ମୁଙ୍ଗେର ଅଞ୍ଚଳର ରବିନ୍ଦ୍ର ପ୍ରସାଦ ଏବଂ ବାଲେଶ୍ୱର ଶ୍ରୀକୃଷ୍ଣପୁରର ବିଶ୍ୱନାଥ ବିଶୋଇ ।

ଏସଟିଏଫର ସ୍ୱତନ୍ତ୍ର ଟିମ ଭଦ୍ରକ ରାନିତାଲ ଅଞ୍ଚଳରେ ବନ୍ଧୁକ କାରବାର ଚାଲିଥିବା ସୂଚନା ପାଇ ଚଢାଉ କରିଥିଲା । ଚଢାଉ ସମୟରେ ଏସଟିଏଫ ୫ ବନ୍ଧୁକ, ୭ ମାଗାଜିନ ଏବଂ ୭ଟି ବୁଲେଟ ଜବତ କରିଛି ।

ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ ବେଆଇନ ବନ୍ଧୁ କାରବାର ମାମଲାରେ ୨୭ ଟି ବନ୍ଧୁକ, ୬୧ ଟି ଗୁଳି ଜବତ କରିଛି ।

Get real time updates directly on you device, subscribe now.