fbpx

ବହୁ ରୋଚକ କ୍ୱାରେଣ୍ଟିନ ଶବ୍ଦର ଇତିହାସ

ଭୁବନେଶ୍ୱର :୩ ।୫(ଓଡିଶା ଭାସ୍କର): ସରା ବିଶ୍ୱରେ ଏବେ କରୋନାର ପ୍ରକୋପ । ନିରୋଧକ ପ୍ରସ୍ତୁତ ହୋଇନାହିଁ ,ଦିଆଯାଉଛି ସଂଙ୍ଗରୋଧ ବା କ୍ୱାରେଣ୍ଟିନର ପରାମର୍ଶ । କରୋନା ସଂକ୍ରମିତ ରୋଗୀଙ୍କ ସର୍ମ୍ପରେ ଯେ କେହି ଆସୁଛି ବା ଯାହାଠାରେ ରୋଗର ପ୍ରାଥମିକ ଲକ୍ଷଣ ଦେଖାଯାଉଛି ତାଙ୍କୁ ଦିଆଯାଉଛି କ୍ୱାରେଣ୍ଟିନର ପରାମର୍ଶ । କିନ୍ତୁ ଏହି କ୍ୱାରେଣ୍ଟିନ ବା ସଙ୍ଗରୋଧ ଏବେ ନୁହେଁ ରୋଗରୁ ମୁକ୍ତି ପାଇଁ ପ୍ରାଚୀନ କାଳରୁ ଏହି ପଦ୍ଧତି ଆପଣାଯାଉଛି । କିନ୍ତୁ କଣ ଏହି କ୍ୱାରେଣ୍ଟିନ ଶବ୍ଦ । ଇଂରାଜୀରେ ଏଲୋନର ବି ବ୍ୟବହାର ହୋଇପାରିଥାନ୍ତା ।

କିନ୍ତୁ ଏହି ଶବ୍ଦର ଇତିହାସ ଖୁବ ରୋଚକ । ଯାହାର ଆରମ୍ଭ ପ୍ରକୃତରେ ୟୁରୋପରେ ହିଁ ହୋଇଛି । ପ୍ରକୃତରେ କ୍ୱାରେଣ୍ଟିନ ହେଉଛି ଏକ ଇଟାଲୀୟ ଶବ୍ଦ ଯାହାର ମୂଳ ହେଉଛି କ୍ୱାରେନ୍ତିନୋ । ଯାହାର ଅର୍ଥ ହେଉଛି ୪୦ ଦିନର ଅବଧି ।

୧୪ଶହ ଶତାବ୍ଦୀରେ ଯେତେବେଳେ ସାରା ବିଶ୍ୱରେ ପ୍ଳେଗ ର ତାଣ୍ଡବ ଥିଲା ସେତେବେଳେ ଭେନସ ପରି ସମୂଦ୍ରକୂଳରେ ଥିବା ଦେଶମାନଙ୍କୁ ଯେଉଁ ବାହାର ଜାହଜ ଆସୁଥିଲା ମହାମାରୀରୁ ବଂଚିବାକୁ ସମସ୍ତ ଯାତ୍ରୀଙ୍କୁ ୪୦ ଦିନ ଧରି ସମୁଦ୍ର ଭିତରେ ଲରଙ୍ଗ ପକାଇ ରହିବାକୁ ନିଦ୍ଦେଶ ଥିଲା । ସେତେବେଳେ ଏହାକୁ କ୍ୱାରେଣ୍ଟାଇନ ନାମ ଦିଆଯାଇଥିଲା । କ୍ୱାରଣ୍ଟାର ଅର୍ଥ ୪୦ ଦିନ ଓ ଜର୍ନିର ଅର୍ଥ ଯାତ୍ରା ।

Get real time updates directly on you device, subscribe now.