fbpx

ପ୍ରସ୍ତୁତି ଫେଲ ,ମଦୁଆ ହତାସ,ରାଜଧାନୀରେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର :୩ ।୫(ଓଡିଶା ଭାସ୍କର): ଫେଲ ମାରିଲା ପୂର୍ବ ପ୍ରସ୍ତୁତି । ଫଟୋଟି ରାଜଧାନୀ ଭୁବନେଶ୍ୱରର ମଧ୍ୟ ଭାଗରେ ଥିବା ମଦ ଦୋକାନର । ଦେଖନ୍ତୁ କିଭଳି ଆଜି ସକାଳର ଥିଲା ଦୃଶ୍ୟ । ଜଣେ ବ୍ୟକ୍ତି ଦୋକାନ ସମ୍ମୁଖରେ ଗରାଖଙ୍କ ସାମାଜିକ ଦୂରତା ନିୟମକୁ ନଜରରେ ରଖି ରଂଙ୍ଗରେ ଗୋଲ ବୁଲାଉଛନ୍ତି । ଉଦେଶ୍ୟ ଥିଲା ସୋମବାର ସକାଳୁ ମଦ ଦୋକାନ ଖୋଲିଲେ ଲୋକଙ୍କୁ ଶୃଙ୍ଖଳିତ କରି ମଦ ବିକିବା ।

ରେଡ ଜୋନ କୁ ଛାଡି ଅନ୍ୟ ଜୋନରେ ମଦ ଦୋକାନ ଖୋଲାଯିବାକୁ ସରକାର ଅନୁମତି ଦେବା ପରେ ପ୍ରସ୍ତୁତିରେ ଲାଗିପଡିଥିଲେ ରାଜଧାନୀର ମଦ ଦେକାନୀ ତ ଅତି ଆଶାବଦୀ ହୋଇପଡିଥିଲେ ଗରାଖ । ଯଦିଓ ମଦଦୋକାନୀ ସଂଘ ଦୋକାନ ଖୋଲିବା ନେଇ ଦ୍ୱନ୍ଦରେ ଥିଲେ କିନ୍ତୁ ସଭିଙ୍କୁ ଜଣା ଥିଲା ସୋମବାର ହେବ ପ୍ରତୀକ୍ଷାର ଅନ୍ତ ।

କିନ୍ତୁ ସେ ପ୍ରତୀକ୍ଷାକୁ ଆଜି ଆହୁରି ବିଳମ୍ବିତ କରିଛନ୍ତି ରାଜ୍ୟ ସରକାର । ଅରେଂଜ ଜୋନରେ ଥିବା ଭୁବନେଶ୍ୱର ମହାନଗର ନିଗମକୁ ରେଡ ଜୋନ ଭାବେ ଘୋଷଣା କରାଯାଇଛି । ଯାହା ଦୋକାନୀଙ୍କ ପ୍ରସ୍ତୁତି ଓ ମଦ୍ୟପଙ୍କ ଖୁସିରେ ପାଣି ଢ଼ାଳିଦେଇଛି । ଅର୍ଥାତ ଏବେ ରାଜଧାନୀରେ ମଦ ଦୋକାନ ଖୋଲିବା ଉପରେ ଲାଗିଛି ପ୍ରତିବନ୍ଧକ ।

Get real time updates directly on you device, subscribe now.