fbpx
BJD
BJD SKY
BJD SKY

(video)ପ୍ରଚଣ୍ଡ ଶବ୍ଦ ସହ ମହାକାଶରେ ନଜର ଆସିଲା ‘ଲାଲ୍ ରୋଷଣୀ’, ବୈଜ୍ଞାନିକ ବି ଅବାକ୍‌

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ESA)ର ଜଣେ ମହାକାଶଯାତ୍ରୀ ଏକ ଅଭିନବ ଘଟଣାର ଫଟୋ ଉଠାଇଛନ୍ତି ଯାହାକୁ ‘ଲାଲ୍ ରୋଷଣୀ’ ବା ଇଂରାଜୀରେ Red Sprite କୁହାଯାଉଛି । ମହାକାଶ ଯାତ୍ରୀ ଆଣ୍ଡ୍ରିଆସ୍ ମୋଗେନସନ୍ ଡେନିସ୍ ଟେକନିକ୍ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ଲାଗି ହାଇ ରିଜୋଲ୍ୟୁସନ କ୍ୟାମେରାର ପ୍ରୟୋଗ କରି ଏହି ଦୂର୍ଲଭ ଘଟଣାର ଫଟୋ ଉତ୍ତୋଳନ କରିଛନ୍ତି । ମୋଗେନସନଙ୍କ ଥର୍ ଡେଭିସ୍ ପରୀକ୍ଷଣର ଏହା ଏକ ଅଂଶବିଶେଷ ।

ଏହି ଲାଲ୍ ରୋଷଣୀ ପୃଥିବୀର ବାୟୁମଣ୍ଡଳରୁ ୪୦ରୁ ୮୦ କିଲୋମିଟର ଉପରେ ନଜର ଆସିଛି । ଆକାଶରେ ଘଡଘଡି ମାରିବା ପରେ ଏହି ବିରଳ ଦୃଶ୍ୟ ନଜର ଆସିଥିଲା । ଏହି ଗବେଷଣାରୁ ଜଣାପଡିଥିଲା କି ଆକାଶରେ ବାଦଲ ପଛପଟେ ଏକ ସୁନ୍ଦର ପୃଥିବୀ ବି ଲୁଚି ରହିଛି । ଏହି ଲାଲ୍ ରୋଷଣୀ ଏକ ଅତି ବିରଳ ଦୃଶ୍ୟ ଯାହାକୁ TLE କୁହାଯାଏ । ଏହି ଗବେଷଣାର ଉଦ୍ଦେଶ୍ୟ ଥିଲା ପୃଥିବୀ ଉପରସ୍ଥ ବାୟୁମଣ୍ଡଳ ଉପରେ ଗ୍ରୀନହାଉସ୍ ଗ୍ୟାସ୍‌ର ପ୍ରଭାବ ଯାଞ୍ଚ କରିବା ଯାହାଦ୍ୱାରା ଗ୍ଲୋବାଲ ୱାର୍ମିଂ ପ୍ରଭାବିତ ହେଉଛି ।

Get real time updates directly on you device, subscribe now.