fbpx

ଟ୍ରେନ ଯାତ୍ରା ହେବ ମହଙ୍ଗା! Express Trainରୁ ହଟିଯିବ ଜେନେରାଲ ବଗି

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖରାପ ଖବର । ଦୈନନ୍ଦିନ ବା ଲଗାତାର ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଦେବାକୁ ହେବ ଅଧିକ ଟଙ୍କା । ଖୁବଶୀଘ୍ର ଟ୍ରେନ ଯାତ୍ରା ମହଙ୍ଗା ହେବାକୁ ଯାଉଛି । ବର୍ତ୍ତମାନ ଅପେକ୍ଷା ଅଧିକ ଟଙ୍କା ଦେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବେ ସାଧାରଣ ଲୋକେ । କାରଣ ଟ୍ରେନରୁ ଜେନେରାଲ କମ୍ପାର୍ଟମେଣ୍ଟ ବା ସାଧାରଣ ବଗି ସହିତ ସ୍ଲିପର କୋଚ୍ ହଟାଇ ଦିଆଯିବ । ଫଳରେ ଟ୍ରେନରେ ଯାତ୍ରା କରିବାର ଖର୍ଚ୍ଚ ଆହୁରି ବୃଦ୍ଧି ପାଇବ । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇ ପାରିବ ।

ସୂଚନା ଅନୁସାରେ, ଏଣିକି ଏକ୍ସପ୍ରେସ ଟ୍ରେନରେ ନୂଆ ବ୍ୟବସ୍ଥା ଲାଗୁ କରିବା ନେଇ ଯୋଜନା କରୁଛି ରେଳ ବୋର୍ଡ । ଏହି ଯୋଜନାରେ କିଛି ପାସେଞ୍ଜର ଟ୍ରେନ ସହିତ ଏକ୍ସପ୍ରେସ ଟ୍ରେନରୁ ସାଧାରଣ ବଗି ହଟାଇ ଦିଆଯିବ । ଟ୍ରେନରୁ ଜେନେରାଲ କମ୍ପାର୍ଟମେଣ୍ଟ ବା ସାଧାରଣ ବଗି ସହିତ ସ୍ଲିପର କୋଚ୍ ହଟାଇ ଦିଆଯାଇ ଏସି କୋଚ୍ ବ୍ୟବସ୍ଥା କରାଯିବ । ଏହାସହିତ ପ୍ଲାଟଫର୍ମ ଟିକେଟ ଏବଂ ଖାଦ୍ୟ ଦର ମଧ୍ୟ ବୃଦ୍ଧି କରାଯାଇଛି । ତେଣୁ ସାଧାରଣ ବଗି ହଟିଗଲେ ଯାତ୍ରୀମାନଙ୍କୁ ନାନା ଅସୁବିଧା ସାମ୍ନା କରିବାକୁ ପଡ଼ିବ । ତେବେ ଆବଶ୍ୟକ ଯାତ୍ରୀ ହେଉ ନଥିବା ଏକ୍ସପ୍ରେସ ଟ୍ରେନରୁ ରେଳବାଇ ସାଧାରଣ ବଗି ହଟାଇଦେବ ବୋଲି ରେଳ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଏ ନେଇ ୨୦୨୦ ମସିହାରେ ସରକାରଙ୍କୁ ରେଳ ବୋର୍ଡ ସୁପାରିଶ କରିଥିଲା । ତେବେ ଏହା ପରଠାରୁ ଭାରତୀୟ ରେଲୱେ ଧୀରେ ଧୀରେ ଟ୍ରେନରୁ ସାଧାରଣ ବଗି ସଂଖ୍ୟା କମ୍ କରିବାରେ ଲାଗିଛି । ସେପଟେ ସାଧାରଣ ବଗି ଉତ୍ପାଦନ ମଧ୍ୟ କମ୍ କରିବା ପାଇଁ କାରଖାନାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ପରିଚାଳନା ଦାୟିତ୍ୱ କର୍ପୋରେଟ ସଂସ୍ଥା ହାତକୁ ଯିବା ପରଠାରୁ ଏଭଳି ବିଭିନ୍ନ ପରିବର୍ତ୍ତନ ହେଉଥିବା କୁହାଯାଉଛି ।

Get real time updates directly on you device, subscribe now.