fbpx
BJD
BJD SKY
BJD SKY

Big Breaking: କୂଅରେ ପଡ଼ି ୨ ଶିଶୁ ମୃତ

ଢେଙ୍କାନାଳ: ନକଟକା ଗାଁରେ ଏକ ଅଭାବନୀୟ ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । କୂଅରେ ପଡ଼ି ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । କାଲି ଅପରାହ୍ଣରୁ ନିଖୋଜ ଥିଲେ ଏହି ଦୁଇ ଶିଶୁ । ଏଥିରେ ଜଣକୁ ୫ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କୁ ୪ ବର୍ଷ ବୋଲି ସୂଚନା ମିଳିଛି । କୂଅରୁ ଦୁଇ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖେଳୁଥିବା ସମୟରେ କୂଅରେ ପଡିଯିବା କଥା ଅନୁମାନ କରାଯାଉଛି ।

ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖରେ ନୟାଗଡରୁ ଏକ ଦୁଃଖଦ ଖବର ଆସିଥିଲା। ଏଠାରେ ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇ ସଂପର୍କୀୟ ଭାଇ ମୃତ୍ୟୁବରଣ କରିଥିଲେ । ନୟାଗଡ ଇଟାମାଟି ଥାନା ଅଭିମାନପୁର ଗାଁରେ ଏହି ଘଟଣାଟି ଘଟିଥିଲା। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ ଖସିଯାଇ ବୁଡି ଯାଇଥିଲେ ଦୁଇ ଭାଇ । ଦୁଇ ମୃତକଙ୍କ ବୟସ ୧୧ ଓ ୧୨ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି ।

Get real time updates directly on you device, subscribe now.