fbpx
BSKY
BJD SHG SKY
BJD MC SKY

ରାଜନୀତିରେ ଏଣ୍ଟ୍ରି କରିବା ନେଇ କ’ଣ କହିଲେ ପରିଣୀତି…

ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ଜୋଡ଼ି ସୋସିଆଲ ମିଡ଼ିଆରେ ବହୁତ ଲୋକପ୍ରିୟ ଏବଂ ଆକ୍ଟିଭ୍ । ରିପୋର୍ଟ ଅନୁଯାୟୀ ନିକଟରେ ପରିଣୀତିଙ୍କୁ ଭଦୋଦରା ଠାରେ ଏକ ଫ୍ୟାଶନ ଶୋ’ରେ ଦେଖିବାକୁ ମିଳିଥିଲା । ରାଜନୀତିରେ ଯୋଗ ଦେବା ନେଇ ତାଙ୍କୁ ପ୍ରଶ୍ନ ପଚାରିବାରୁ ଏମିତି କିଛି କହିଥିଲେ ପରିଣୀତି । ‘ବଲିଉଡ଼ ବିଷୟରେ ରାଘବ କିଛି ଜାଣିନଥିବା ବେଳେ ରାଜନୀତି ବିଷୟରେ ମୋର ବିଶେଷ ଜ୍ଞାନ ନାହିଁ । ସେଥିପାଇଁ ମୁଁ ରାଜନୀତିରେ ଯୋଗ ଦେବା ନେଇ ପ୍ରଶ୍ନ ଉଠୁନି’ ବୋଲି ସେ କହିଥିଲେ ।

ଚଳିତ ବର୍ଷ ସେପଟେମ୍ବରରେ ବିବାହ କରିଥିଲେ ପରିଣୀତି ଓ ରାଘବ । ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏହା ବ୍ୟତୀତ ସଫଳ ବୈବାହିକ ଜୀବନର ରହସ୍ୟ ବିଷୟରେ ପରିଣୀତି ନିଜ ଅନ୍ଦାଜରେ ଏମିତି କିଛି କହିଥିଲେ-,‘ଆମେ ଦୁହେଁ ପବ୍ଲିକ୍ ଲାଇଫରେ ଥିବା ସତ୍ତ୍ୱେ ସମସ୍ତେ ଏତେ ଭଲପାଇବା ଦେବେ ବୋଲି କେବେ ଭାବିନଥିଲି । ମୋ ହିସାବରେ ଯଦି ଆପଣ ଠିକ୍ ବ୍ୟକ୍ତି ସହ ଅଛନ୍ତି ତେବେ ଆପଣଙ୍କ ବୈବାହିକ ଜୀବନ ସବୁଠାରୁ ଭଲ ରହିବ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ୱାର୍କଲାଇଫ୍ରେ ବେଲେନ୍ସ ରଖିବା ନିହାତି ଆବଶ୍ୟକ । ସାଧାରଣତଃ ଲୋକମାନେ କାର୍ଯ୍ୟବ୍ୟସ୍ତତା ଭିତରେ ନିଜ ଯତ୍ନ ନେବା ଭୁଲିଯାଇଥାନ୍ତି । ଏହା ଜୀବନ ଜୀଇଁବାର ଉଚିତ ମାର୍ଗ ନୁହେଁ ।

 

Get real time updates directly on you device, subscribe now.