ଭୁବେନଶ୍ବର: ଭତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗ ପକ୍ଷରୁ ଏକ ଚାରିଦିନିଆ ଆନ୍ତର୍ଜାତିକ କର୍ମଶାଳା ‘ମାନବୋତ୍ତର’ ଉଦ୍ଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଭାେବ ଯୋଗଦେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଏହିଭଳି ଏକ ଆନ୍ତର୍ଜାତିକ କର୍ମଶାଳା ଦବାରା ଭାସ୍କର୍ଯ୍ୟର ମହତ୍ତ୍ବକୁ ସମସାମୟିକ କଳା ଜଗତେର ପଉପଲବ୍ଧି କରାଯିବା ସହ ଆଜିର ମଣିଷ ଜୀବନରେ କଳାର ତତ୍ତ୍ବକୁ ଅନୁଧ୍ୟାନ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିେଲ।
ବିଶିଷ୍ଟ ସମାଜସେବୀ ଡ. ଶ୍ରୁତି ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମଣିଷ ଶରୀର, ପରିବେଶ ଓ ପ୍ରଯୁକ୍ତି ବିଷୟ ଉପରେ ଆଧାରିତ ଏହି କର୍ମଶାଳା ଆମକୁ କଳା ମାଧ୍ୟମ ପୃଥିବୀ ସମ୍ପର୍କରେ ପୁନଶ୍ଚ ଚିନ୍ତା କରିବାକୁ ପ୍ରେରିତ କରିବା ସହ ସାଂପ୍ରତିକ ଶିଳ୍ପୀମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ କର୍ମଶାଳା ‘ମାନବୋତ୍ତର’ର ଦାର୍ଶନିକ ତତ୍ତ୍ବକୁ ନିଜସ୍ବ କବିତା ମାଧ୍ୟମରେ ବିଶ୍ଳେଷଣ କରିବା ସହ ଏହି କର୍ମଶାଳାର ବିଷୟବସ୍ତୁ ମଧ୍ୟରେ ନିହିତ ରହିଥିବା ଦାର୍ଶନିକ ଓ ସାଂସ୍କୃତିକ ଚିନ୍ତାଧାରା ସମ୍ପର୍କରେ ସୁବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ମାନବିକତା ମାଧ୍ୟମରେ ସାଂପ୍ରତିକ ପରିବର୍ତ୍ତନଶୀଳ ସମାଜରେ କଳା ମାଧ୍ୟମରେ ଏକ ସୁନ୍ଦର ପୃଥିବୀର ପରିକଳ୍ପନା କରିବା ପାଇଁ ପରାମର୍ଶ ଦେଇଥିେଲ। ଏହି ଆନ୍ତର୍ଜାତିକ କର୍ମଶାଳାରେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ନେଦରଲ୍ୟାଣ୍ଡ, ଥାଇଲାଣ୍ଡ, ଉତ୍ତରକୋରିଆ ତଥା ଭାରତରୁ ଯୋଗଦେଇଥିବା ୩୫ ଜଣ ଭାସ୍କର୍ଯ୍ୟଶିଳ୍ପୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଭାସ୍କର୍ଯ୍ୟ ବିଭାଗର ସହଯୋଗୀ ପ୍ରଫେସର ଡ. ଉେମଶ ଚନ୍ଦ୍ର ନାୟକ ଓ ସହକାରୀ ପ୍ରଫେସର ଅଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସ୍ନାତକୋତ୍ତର ବିଭାଗ ମୁଖ୍ୟ ଡ. ଚକ୍ରଧର ବେହେରା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିେଲ।