fbpx

ପୁଣି ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା, ହରିଆଣାର ୭ଟି ଜିଲ୍ଲା ସାମିଲ

Advertisement

ଚଣ୍ଡିଗଡ଼: ନିକଟରେ କୃଷକ ଆନ୍ଦୋଳନକୁ ନେଇ ଦିଲ୍ଲୀ ସୀମା ସହ ଜଡ଼ିତ ସଂଲଗ୍ନ ରାଜ୍ୟଗୁଡ଼ିକର ସୀମା ସିଲ୍ କରାଯାଇଥିଲା । ଏହା ସହ ହରିଆଣାର ଅନେକ ଜିଲ୍ଲାରେ ଇଣ୍ଟରନେଟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ହରିଆଣାର କୈଥଲ, କୁରୁକ୍ଷେତ୍ର, ଅମ୍ବାଲା, ସିରସା, ଫତେହବାଦ, ଜିନ୍ଦ ଏବଂ ହିସାର ଜିଲ୍ଲାରେ ଇଣ୍ଟରନେଟ ସେବା ପୁନଃ ଆରମ୍ଭ କରାଯାଇଛି । ଏହା ସହ ସିନ୍ଧୁ ଘାଟି, ଟିକରି ଏବଂ ଗାଜୀପୁର ସୀମାକୁ ଖୋଲି ଦିଆଯାଇଛି । ତେବେ ଫେବୃଆରୀ ୨୯ ପର୍ଯ୍ୟନ୍ତ କୃଷକଙ୍କ ‘ଦିଲ୍ଲୀ ମାର୍ଚ୍ଚ’କୁ ସ୍ଥଗିତ ରଖିବା ପରେ ପୋଲିସ ଏଭଳି ନିଷ୍ପତ୍ତି ନେଇଛି ।

ସଂଯୁକ୍ତ କିସାନ ମୋର୍ଚ୍ଚା(ଅଣ ରାଜନୈତିକ) ଏବଂ କିସାନ ମଜଦୁର ମୋର୍ଚ୍ଚା(କେଏମ୍‌ଏମ୍‌) ନିମ୍ନ ସହାୟକ ମୂଲ୍ୟ(MSP) ଉପରେ ଆଇନଗତ ଗ୍ୟାରେଣ୍ଟି ସହିତ କୃଷି ଋଣ ଛାଡ଼ କରିବା ଦାବି ସ୍ୱକାର କରିବାକୁ ନେଇ ବିଜେପି ସରକାର ଉପରେ ଚାପ ପ୍ରୟୋଗ କରି ‘ଦିଲ୍ଲୀ ଚଲୋ’ ମାର୍ଚ୍ଚର ନେତୃତ୍ୱ ନେଇଛନ୍ତି । ତାଙ୍କ ଆହ୍ୱାନ କ୍ରମେ ହଜାର ହଜାର ସଂଖ୍ୟାରେ କୃଷକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସେମାନେ ହରିଆଣା ଏବଂ ପଞ୍ଜାବ ମଧ୍ୟରେ ଥିବା ଶମ୍ଭୁ ଏବଂ ଖନୌରି ସୀମା ନିକଟରେ କ୍ୟାମ୍ପ ଲଗାଇଛନ୍ତି ।

Get real time updates directly on you device, subscribe now.