fbpx
BSKY
BJD SHG SKY
BJD MC SKY

ନିଶାରେ ଟଳମଳ ପ୍ରଧାନ ଶିକ୍ଷକଙ୍କ ପାଦ: ଭୟଭୀତ ଅବସ୍ଥାରେ ଛାତ୍ରଛାତ୍ରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଦ୍ୟାଳୟକୁ ମନ୍ଦିର ସହିତ ତୁଳନା କରାଯାଏ । ତେବେ ନିଶାଗ୍ରସ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସି ଏହାର ଅପମାନ କରିଛନ୍ତି ନିଜେ ପ୍ରଧାନଶିକ୍ଷକ । ନିଶାରେ ଟଳମଳ ପ୍ରଧାନ ଶିକ୍ଷକ । ମଦ ପିଇଲେ । ମାତାଲ ହେଲେ । ଆଉ ସ୍କୁଲକୁ ଯାଇ ଗେଟରେ ପିଟିହେଲେ ପ୍ରଧାନ ଶିକ୍ଷକ । ଗୋଟିଏପଟେ ସରକାରଙ୍କ ନାରା ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଚଳାଇଛନ୍ତି ସରକାର । ଶିକ୍ଷା ବ୍ୟବସ୍ଥାକୁ ୫ଟିରେ ଅନ୍ତର୍ଭୁକ୍ତ କରାଯାଇଛି । କିନ୍ତୁ ଏ ପ୍ରଧାନ ଶିକ୍ଷକଙ୍କ ହରକତ ଦେଖିଲେ ଆପଣଙ୍କ ହୋସ ଉଡିଯିବେ । ମଦ ପିଇ ନିଶାରେ ଚୁର ହୋଇ ସ୍କୁଲ ଯାଉଛନ୍ତି ପ୍ରଧାନ ଶିକ୍ଷକ । ଆଉ ବାଉଳି ଚାଉଳି ହୋଇ କଣ କହିଯାଉଛନ୍ତି ସେ ନିଜେ ବି ଜାଣି ନାହାଁନ୍ତି । ଆଉ ଏଭଳି ଘଟଣା ଖୋଦ ସରକାରୀ ବିଦ୍ୟାଳୟରେ ଘଟିଛି ।

ଏ ହେଲେ କାକ୍ଷାନଗର ବ୍ଲକ କଣ୍ଟାପାଳ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକ୍ରମ ବେହେରା । ସେ ପ୍ରତି ଦିନ ମଦ୍ୟପାନ କରି ସ୍କୁଲ ଆସୁଥିବାରୁ ଏନେଇ ସୂଚନା ପାଇ ଚେୟାରମ୍ୟାନ ଶିକ୍ଷକଙ୍କୁ ତାଗିଦ କରିଥିଲେ । କିନ୍ତୁ ଏହାକୁ ଖାତିର କରିନଥିଲେ ପ୍ରଧାନ ଶିକ୍ଷକ ବିକ୍ରମ କୁମାର ବେହେରା । ତେବେ ଆଜି ସକାଳେ ପୁନର୍ବାର ମଦ୍ୟପାନ କରି ସ୍କୁଲ ଆସିଥିଲେ । ନିଶାରେ ଏତେ ଚୁର ହୋଇଯାଇଥିଲେ ଯେ, ସେ ବିଦ୍ୟାଳୟକୁ ପ୍ରବେଶ କରିବା ମାତ୍ରେ ହିଁ ଗେଟରେ ପିଟି ହୋଇଯାଇଥିଲେ ।

ଏନେଇ ଖବର ପାଇ ଅଭିଭାବକମାନେ ସ୍କୁଲରେ ପହଂଚିଥିଲେ । ଅନ୍ୟପଟେ ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏ ପଟେ ଶିକ୍ଷା ଅଧ୍ୟୟନ ପାଇଁ ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଏଡାରେ ଶିକ୍ଷକଙ୍କ ଏଭଳି କାରାନାମରେ ସ୍କୁଲ ଯିବାକୁ ଛାତ୍ରଛାତ୍ରୀ ଭୟ କରୁଥିବା ଅଭିଭାବକ କହିଛନ୍ତି । ଦେଖନ୍ତୁ ଭିଡିଓ……..

Get real time updates directly on you device, subscribe now.