fbpx

LICର ଏହି ପଲିସିରେ କରନ୍ତୁ ନିବେଶ, ୧୦୦ ବର୍ଷ ପର୍ଯ୍ୟନ୍ତ ମିଳିବ ରିଟର୍ଣ୍ଣ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସି ଦେଶର ଲୋକଙ୍କମାନଙ୍କ ସୁବିଧାକୁ ଦେଖି ଅନେକ ସମୟରେ ପଲିସି ଲଞ୍ଚ କରିଥାଏ । କମ୍ପାନୀର ଜୀବନ ଉମଙ୍ଗ ପଲିସି ମଧ୍ୟ ଏହିଭଳି ଏକ ପଲିସି । ଏହା ଏକ ନନ୍ ପ୍ରଫିଟ୍ ଏବଂ ହୋଲ ଲାଇଫ୍ ଇନସ୍ୟୁରାନ୍ସ ପଲିସି ଅଟେ । ଏହି ପଲିସିରେ ପଲିସିହୋଲ୍ଡରଙ୍କୁ ଲାଇଫ କଭର ସହ ଇନକମ ବେନିଫିଟ୍ ମଧ୍ୟ ମିଳିଥାଏ ।

ଏହି ପଲିସିର ଖାସ୍ କଥା ହେଉଛି ଏଥିରେ ଆପଣଙ୍କୁ ୧୦୦ ବର୍ଷ ପର୍ଯ୍ୟନ୍ତ କଭର ମିଳିଥାଏ । ଏହା ଲମ୍ବା ଅବଧିର ନିବେଶ ପଲିସି ଅଟେ । ଯେଉଁଥିରେ ଗୋଟିଏ ସମୟ ପରେ ପଲିସିହୋଲ୍ଡରଙ୍କ ଆକାଉଣ୍ଟକୁ ନିଶ୍ଚିତ ରାଶି ଆସିଥାଏ । ଯଦି ଆପଣ ଏଲଆଇସିର ଜୀବନ ଉମଙ୍ଗ ପଲିସି ଅନୁଯାୟୀ ୨୮ ଲକ୍ଷ ଟଙ୍କାର ଲାଭ ହାସଲ କରିବାକୁ ଚାହୁଛନ୍ତି ତେବେ ଏଥିପାଇଁ  ମାସକୁ ଆପଣଙ୍କୁ ମାତ୍ର ୧୩୦୨ ଟଙ୍କା ପ୍ରିମିୟମ ଜମା କରିବାକୁ ହେବ । ଏହି ଭଳି ପ୍ରତିଦିନ ୪୪ ଟଙ୍କା ଜମା କରିବାକୁ ହେବ ।

ପ୍ରତିମାସରେ ୧୩୦୨ ଟଙ୍କା ପ୍ରିମିୟମ ହିସାବରେ ଆପଣଙ୍କୁ ବାର୍ଷିକ ୧୫,୬୨୪ ଟଙ୍କା ନିବେଶ କରିବାକୁ ହେବ । ଯଦି ଆପଣ ୩୦ ବର୍ଷ ପାଇଁ ଏହି ପଲିସି ନେଉଛନ୍ତି ତେବେ ଆପଣଙ୍କୁ ପ୍ରାୟ ୪.୬୮ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ । ମ୍ୟାଚୁରିଟି ପରେ ଏଲଆଇସି ଆପଣଙ୍କୁ ପ୍ରତିବର୍ଷ ୪୦ ହଜାର ରିଟର୍ଣ୍ଣ ଦେବ । ଏମିତିରେ ଆପଣ ୩୦ ରୁ ୧୦୦ ବର୍ଷ ମଧ୍ୟରେ ପ୍ରାୟ ୨୭.୬୦ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇପାରିବେ ।

ଯଦି ଆପଣ ଏହି ପଲିସି ନେବାକୁ ଚାହୁଛନ୍ତି ତେବେ ଆପଣ ସର୍ବନିମ୍ନ ୨ ଲକ୍ଷ ଟଙ୍କାର ସମ-ଇନସ୍ୟୋର୍ଡ ପାଇଁ ଏହି ପଲିସି କିଣିପାରିବେ । ପଲିସିର ଅବଧି ୧୦୦ ବର୍ଷ ପର୍ଯ୍ୟନ୍ତ ହୋଇପାରିବ । ଆପଣ ପ୍ରିମିୟମ ପାଇଁ ୧୫, ୨୦, ୨୫ ଏବଂ ୩୦ ବର୍ଷ ମଧ୍ୟରୁ କୌଣସି ଟର୍ମ ନେଇପାରିବେ । ଏହି ପଲିସି ନେବାର ସର୍ବାଧିକ ବୟସ ୫୫ ବର୍ଷ ରହିଛି ।

Get real time updates directly on you device, subscribe now.