fbpx

ମାତ୍ର ୧୨ ଦିନରେ ଏହି ଶେୟାର ଦ୍ୱାରା ନିବେଶକ ହେଲେ ମାଲାମାଲ, ଜାଣନ୍ତୁ ଏପରି ଦୁଇଟି ଷ୍ଟକ ବିଷୟରେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଶେୟାର ବଜାରରେ ଅନେକ Multibaggar Penny Stocks ନିବେଶକଙ୍କୁ ଶାନଦାର ରିଟର୍ଣ୍ଣ ପ୍ରଦାନ କରିଛି । ତନ୍ମଧ୍ୟରେ ଏପରି କିଛି ଷ୍ଟକ ରହିଛି ଯାହାକି ନିବେଶକଙ୍କୁ କିଛି ସପ୍ତାହ ମଧ୍ୟରେ ମାଲାମାଲ୍ କରିଦେଇଛି । ଆଗାମୀ ଦିନରେ ଏହି ଷ୍ଟକ ନିବେଶକଙ୍କୁ ମଧ୍ୟ ଭଲ ପ୍ରଫିଟ ଦେଇପାରେ ବୋଲି ଏକ୍ସପର୍ଟମାନେ ସୂଚନା ଦେଇଛନ୍ତି ।

ନିକଟରେ Pilitaର ଶେୟାର ପ୍ରାଇସ୍ ୧୨ ଦିନର କାରବାର ମଧ୍ୟରେ ଶେୟାର ହୋଲ୍ଡରଙ୍କୁ ଡବଲ୍ ପ୍ରଫିଟ୍ ପ୍ରଦାନ କରିଛି । Pilitaର ଶେୟାର ପ୍ରାଇସ୍ ହିଷ୍ଟ୍ରି ଉପରେ ନଜର ପକାଇଲେ ଜଣାପଡ଼େ, ପ୍ରାଥମିକ ଅବସ୍ଥାରେ ଏହା ଦୁର୍ବଳ ସ୍ଥିତିରେ ରହିଥିଲା । ଗତବର୍ଷ ଡିସେମ୍ବର ମାସ ୨୭ ତାରିଖରେ ଏହାର ଶେୟାର ୭.୪୫ ଟଙ୍କାରେ ବନ୍ଦ ହୋଇଥିବା ବେଳେ ୨୦୨୨ ମସିହା ଜାନୁଆରୀ ୧୨ରେ ଏହା ୧୬ ଟଙ୍କାରେ କାରବାର ବନ୍ଦ କରିଥିଲା । ତେବେ ଏହି ୧୨ଟି ଟ୍ରେଡିଂ ସେସନରେ ଏହି ଷ୍ଟକ ୧୧୫ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରିଥିଲା ।

ସେହିପରି Simplex Papers ଶେୟାର ମଧ୍ୟ ଶାନଦାର ରିଟର୍ଣ୍ଣର ଆଉ ଏକ ଉଦାହରଣ । ଏହି ପେପର ପ୍ରଡକ୍ଟ ଷ୍ଟକ ଗତ ବର୍ଷକ ମଧ୍ୟରେ ୧ ଟଙ୍କାରୁ ବୃଦ୍ଧି ପାଇଁ ୭୧.୩୦ ଟଙ୍କାରେ ପହଞ୍ଚି ଯାଇଛି । ଫଳରେ ଏହି ଅବଧି ମଧ୍ୟରେ ନିବେଶକଙ୍କୁ ୭ ହଜାରରୁ ଅଧିକ ପ୍ରତିଶତ ରିଟର୍ଣ୍ଣ ମିଳିଛି । ଗତ ୬ ମାସ ମଧ୍ୟରେ ଏହି ଶେୟାର ୧୫୦୦ ପ୍ରତିଶତ ରିଟର୍ଣ୍ଣ ଦେବା ଫଳରେ ୪.୪୧ ଟଙ୍କାରୁ ବୃଦ୍ଧି ପାଇ ୭୧.୩୦ରେ ପହଞ୍ଚିଛି ।

Get real time updates directly on you device, subscribe now.