fbpx

ପାଗଳାମୀର ଶେଷ ସୀମା! ୧୦ ହଜାର ଟଙ୍କା ଦେଇ କରୋନା ପଜିଟିଭଙ୍କ ସହ କରୁଛନ୍ତି ଡିନର୍

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ପୁଣି ଥରେ ତାଣ୍ଡବ ଆରମ୍ଭ ହୋଇଛି । ଓମିକ୍ରନ ମାମଲାକୁ ନେଇ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କ ଟିକାକରଣ କରିବାକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଟିକା ନେବାକୁ ଚାହୁଁନାହାନ୍ତି, ଯେଉଁଥିପାଇଁ ସେମାନେ ମାରାତ୍ମକ ଉପାୟ ଆପଣାଉଛନ୍ତି । ସେମାନେ ଜାଣିଶୁଣି କରୋନା ପଜିଟିଭ୍ ହେଉଛନ୍ତି, ଯେପରିକି ଟିକା ନେଇପାରିବେ ନାହିଁ ।

ରିପୋର୍ଟ ଅନୁସାରେ, ଇଟାଲୀରେ ଭ୍ୟାକ୍ସିନ୍ ବିରୋଧୀ ଟିକାକରଣରୁ ବଞ୍ଚିବା ପାଇଁ ଲୋକମାନେ ଅଜବ ଉପାୟ ଅବଲମ୍ବନ କରୁଛନ୍ତି । ସୂଚନା ଅନୁସାରେ, ଇଟାଲୀରେ ୧ ଫେବ୍ରୁଆରୀ ୨୦୨୨ରୁ ସମସ୍ତଙ୍କ ପାଇଁ ଟିକା ଲଗାଇା ବାଧ୍ୟତାମୂଳକ ହେବାକୁ ଯାଉଛି । ଟିକା ନେଇ ନଥିଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ଓ ଜୋରିମାନା ଲଗାଇବେ । ଏପରିକି ଚାକିରି ବି ଯାଇପାରେ । ଏହା ପରେ ବି ଲୋକମାନେ ବୁଝିବା ପାଇଁ ରାଜି ନାହାନ୍ତି ।

ଟିକାରୁ ବଞ୍ଚିବା ପାଇଁ ଲୋକମାନଙ୍କର ଅଜବ ପାଗଳାମି ଦେଖିବାକୁ ମିଳିଛି । ସେମାନେ କୋଭିଡ ପଜିଟିଭ ଲୋକଙ୍କ ସହିତ ମିଶି ଡିନର କରିବା ସହିତ ପାର୍ଟି କରୁଛନ୍ତି । ଏହା ଦ୍ୱାରା ସେମାନେ ନିଜକୁ କେରାନା ସଂକ୍ରମିତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ ୧୦ ହଜାର ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ଟିକାକୁ ବିରୋଧ କରୁଥିବା ଲୋକାମାନେ ଏହି କୋଭିଡ ପାର୍ଟିରେ ସାମିଲ ହେଉଛନ୍ତି । କୋଭିଡ ପଜିଟିଭ ହେବାକୁ ଏତେ ଟଙ୍କା ଖର୍ଚ୍ଚ କରି ସେମାନେ ଲୁଚିଛପି ସଂକ୍ରମିତଙ୍କ ପାର୍ଟିରେ ସାମିଲ ହେଉଛନ୍ତି । କୋଭିଡ ପଜିଟିଭ ହେଲେ ସେମାନେ ଟିକାକୁ ବଞ୍ଚିଯିବେ ବୋଲି ଭାବି ଏପରି କରୁଛନ୍ତି ।

 

Get real time updates directly on you device, subscribe now.