fbpx

କ୍ରମାଗତ ଷଷ୍ଠ ପାଇଁ ପୁଞ୍ଜି ହରାଇଲେ ନିବେଶକ: ସେନ୍‌ସେକ୍ସ ୫୦୯ ପଏଣ୍ଟ ହ୍ରାସ, ଡଲାର ମଜବୁତ, ଟଙ୍କା ଦୁର୍ବଳ

Advertisement

ମୁମ୍ବାଇ: ଭାରତୀୟ ସେୟାର ବଜାରରେ ନିରନ୍ତର ଭାବରେ ହ୍ରାସ ପାଇବାରେ ଲାଗିଛି। ବୁଧବାର ଲଗାତାର ତୃତୀୟ ଦିନ ପାଇଁ ସେୟାର ବଜାର ହ୍ରାସ ସହିତ ବନ୍ଦ ହୋଇଛି। ବିଏସ୍‌ଇ ସେନ୍‌ସେକ୍ସ ଆଜି ୫୦୯.୨୪ ଅଙ୍କ ହ୍ରାସ ପାଇ୫୬୫୯୮.୨୮ରେ ବନ୍ଦ ହୋଇଥିଲା। ସେହିଭଳି ନିଫ୍ଟି ୧୪୮ ହ୍ରାସ ପାଇ ୧୬୮୫୮.୬୦ ସ୍ତରରେ ବନ୍ଦ ହୋଇଥିଲା। ଲଗାତର ଷଷ୍ଠ ଦିନ ପାଇଁ ଭାରତୀୟ ବଜାରରେ ହ୍ରାସ ଜାରୀ ରହିଛି।

ଆଜି ବଜାର ଆରମ୍ଭ ଖୁବ୍ ନିରାଶାଜନକ ରହିଥିଲା। ସକାଳୁ ସେନସେକ୍ସ ୩୯୮ ହ୍ରାସ ସହିତ ଖୋଲି ୫୬,୭୧୦ ରେ କାରବାର ହୋଇଥିଲା। ସେହିପରି ନିଫ୍ଟି ୧୩୬ ହ୍ରାସ ସହିତ ଖୋଲିଥିଲା। ଏହାପାରେ କାରବାର ଆରମ୍ଭରୁ ସେନସେକ୍ସ ୫୦୦ ଅଙ୍କରୁ ତଳେ ରହିଥିଲା। ଆଜି ବଜାରରେ ଏସୀୟ ପେଣ୍ଟସ୍ (୨.୮୦ ପ୍ରତିଶତ), ସନ୍ ଫାର୍ମା (୨.୧୦ ପ୍ରତିଶତ), ଡକ୍ଟର ରେଡ୍ଡୀ (୧.୭୮ ପ୍ରତିଶତ), ଆଇଚର୍ ମୋଟର୍ସ (୧.୭୨ ପ୍ରତିଶତ) ଏବଂ ପାୱାର ଗ୍ରୀଡ୍ (୧.୨୦ ପ୍ରତିଶତ) ସର୍ବାଧିକ ଲାଭକାରୀ ଥିଲେ। ଅନ୍ୟପକ୍ଷରେ ହିନ୍ଦଲକୋ (-୩.୬୫ ପ୍ରତିଶତ), ଜେଏସଡବ୍ଲୁ ଷ୍ଟିଲ (-୩.୪୪ ପ୍ରତିଶତ), ଆକ୍ସିସ ବ୍ୟାଙ୍କ (-୩.୨୫ ପ୍ରତିଶତ), ଆଇଟିସି (-୩.୯ ପ୍ରତିଶତ) ଏବଂ ରିଲାଏନ୍ସ (୨.୭୪ ପ୍ରତିଶତ) ସର୍ବାଧିକ କ୍ଷତି ସହିଛନ୍ତି।

ଅନ୍ୟପଟେ ଟଙ୍କା ଲଗାତାର ତଳମୁହାଁ ରହୁଛି। ଆଜି ୪୦ ପଇସା ହ୍ରାସ ସହିତ ଡଲାର ତୁଳନାରେ ଟଙ୍କା ୮୧.୯୩ ସ୍ତରରେ ପହଞ୍ଚିଛି। ବ୍ଲୁମବର୍ଗ ଅନୁଯାୟୀ ଆଜି ଟଙ୍କା ୮୧.୯୫ କୁ ଖସି ଆସିଛି। ଉଲ୍ଲେଖନୀୟ କଥା ହେଉଛି, ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବା ପରେ ଡଲାର ମୂଲ୍ୟ ବୃଦ୍ଧି ପାଇ ଦୁଇ ଦଶନ୍ଧିର ଶୀର୍ଷରେ ପହଞ୍ଚିଛି। ଏହି ବୃଦ୍ଧି ଯୋଗୁଁ କେବଳ ଭାରତୀୟ ଟଙ୍କା ନୁହେଁ, ୟୁରୋପୀୟ ଏବଂ ଜାପାନର ମୁଦ୍ରା ମଧ୍ୟ ହ୍ରାସ ପାଇଛି।

 

 

Get real time updates directly on you device, subscribe now.