fbpx

ନୟାଗଡ଼ରେ ଭୂଅର୍ଜନ ଅଧିକାରୀଙ୍କୁ ମାଡ଼: ନିର୍ଧୁମ୍ ପିଟିଲେ ମହିଳା

Advertisement

ନୟାଗଡ଼(ଓଡ଼ିଶା ଭାସ୍କର): ‘ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ’ ଭୂଅର୍ଜନ ଅଧିକାରୀଙ୍କୁ ନିଧୁର୍ମ ମାଡ଼ । ନୟାଗଡ଼ ଟାଉନରେ ଭୂଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀଙ୍କା ମାଡ ମରାଯାଇଥିବା ଜଣାପଡିଛି । ନିଜ ବାସଭବନରୁ କାର୍ଯ୍ୟାଳୟକୁ ଯିବା ବେଳେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ବହୁସଂଖ୍ୟାରେ ମହିଳା ଝାଡୁରେ ପିଟିବାରୁ ଭୂଅର୍ଜନ ଅଧିକାରୀ ଆହତ ହୋଇଥିବା ଜଣାପଡିଛି ।

ତେବେ ଜମି ଅଧିଗ୍ରହଣ କ୍ଷତିପୂରଣ ଦେବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଥିଲା । ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରିବା ଅଭିଯୋଗରେ ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁ ପାହାର ହୋଇଥିବା ଅଭିଯୋଗ ହୋଇଛି । ଆହତ ଅବସ୍ଥାରେ ଭୂଅର୍ଜନ ଅଧିକାରୀଙ୍କୁ ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ କିଛି ମହିଳାଙ୍କୁ ଅଟକରଖି ପଚରାଉଚରା ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.