fbpx

କୋଟି କୋଟି ଟଙ୍କା ଦେଉଛି ଏହି ସରକାରୀ ୱେବସାଇଟ: ନିଜ ସ୍ୱପ୍ନ ପୂରଣ ପାଇଁ ଆଣିପାରିବେ ଲୋନ

Advertisement

ନୂଆଦିଲ୍ଲୀ: ଲୋନ ପାଇବା ପାଇଁ ଆଉ ଏକ ସୁବିଧା ଏବଂ ସହଜଉପାୟ ପାଲଟିଛି ଏକ ସରକାରୀ ୱେବସାଇଟ । ବ୍ୟାଙ୍କରୁ ଲୋନ ପାଇବା ପାଇଁ ବାରମ୍ବାର ଦୌଡିବା ପରେ ବି ହତାଶ ହେବାକୁ ପଡିଥାଏ । ତେବେ ଏସବୁ ସମସ୍ୟାରୁ ଏବେ ମୁକ୍ତି ମିଳିପାରିବ । ଏଣିକି ଅନଲାଇପରେ ଆପଣ ପାଇପାରିବେ ଲୋନ । ଯାହାଦ୍ୱାରା ଆପଣ ନିଜ ସ୍ୱପ୍ନ ପୂରଣ କରିପାରିବେ ।

ସ୍ୱତନ୍ତ୍ର ଫାଇନାନ୍ସିଆଲ ଅର୍ଗାନାଇଜେସନ SIBDI(ସ୍ମଲ ଇଣ୍ଡଷ୍ଟ୍ରିଜ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ) ଏଥିପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବ । ଏହି ସଂସ୍ଥା ଛୋଟବଡ ବ୍ୟବସାୟର ବିକାଶ ସହିତ ଘର କିଣିବା ଏବଂ କାର କିଣିବା ପାଇଁ ଲୋନ ଦେଇଥାଏ । ଗତ ୧୯୯୦ ଏପ୍ରିଲ ୨ ତାରିଖରେ ଏହା ଲଞ୍ଚ ହୋଇଛି । ଏହାଦ୍ୱାରା ଆପଣ ଏକ ବଡ ଆମାଉଣ୍ଟର ଲୋନ ହାସଲ କରିପାରିବେ । ତେବେ ଏଥିପାଇଁ ଗ୍ରାହକଙ୍କୁ ବାରମ୍ବାର ବ୍ୟାଙ୍କ ଯିବାକୁ ପଡିବ ନାହିଁ । ଏହାର ଅନଲାଇନ ୱେସାଇଟ ମାଧ୍ୟମରେ ଆପଣ ଲୋନ ପାଇପାରିବେ ।

ଏହି ପ୍ଲାଟଫର୍ମରେ ଆପଣଙ୍କୁ ବିଭିନ୍ନ କାଟାଗୋରୀରେ ଲୋନ ପ୍ରଦାନ କରାଯାଇଥାଏ । ଏମଏସଏମଇ ଲୋନରେ ୧୦ ଲକ୍ଷରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ଦେଉଥିବା ବେଳେ ଏହି ସଂସ୍ଥା ମୁଦ୍ରା ଲୋନରେ ୧୦ ଲକ୍ଷ ଟଙ୍କା ଦେଇଥାଏ । ସେହିପରି ହୋମ ଲୋନ ପାଇଁ ୧ କୋଟି ଟଙ୍କା ଲୋନ ନେଇପାରିବେ ଗ୍ରାହକ । ସେହିପରି ବ୍ୟକ୍ତିଗତ ଲୋନ ୨୦ଲକ୍ଷ ଏବଂ ଅଟୋମୋବାଇଲ ଲୋନର ଆମାଉଣ୍ଟ ୧ କୋଟି ଟଙ୍କା ଦେଇଥାଏ SIBDI। ତେବେ ଲୋନ ନେବା ପୂର୍ବରୁ ଆପଣଙ୍କୁ ଏଥିରେ ରେଜିଷ୍ୟର କରିବାକୁ ପଡିବ ଏବଂ ନିଜ ତଥ୍ୟ ପୂରଣ କରିବାକୁ ହେବ । ଏହାପରେ ଆପଣ ଜାଣିପାରିବେ ଯେ ଆପଣଙ୍କୁ କେତେ ଟଙ୍କା ଲୋନ ଦିଆଯାଇପାରିବ ।

Get real time updates directly on you device, subscribe now.