fbpx

୧୭୨୦ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବ ଭାରତୀୟ ତୈଳ ନିଗମ(IOCL), କେବେ ଓ କିପରି କରିବେ ଆବେଦନ ଜାଣିନିଅନ୍ତୁ

ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ(IOCL)ରେ ଚାକିରୀ କରିବାକୁ ଚାହୁଁଥିଲେ ଏବେ ଆପଣଙ୍କ ପାଇଁ ଆସିଛି ଏହି ସୁଯୋଗ ।(IOCL) ପକ୍ଷରୁ ଟେକ୍ନିସିଆନ ଆପ୍ରେନଟାଇସ୍ ଓ ଟ୍ରେଡ୍ ଆପ୍ରେନଟାଇସ୍ ପଦରେ ନିଯୁକ୍ତି ଲାଗି ପ୍ରାର୍ଥୀ ଆହ୍ୱାନ କରାଯାଇଛି । ଏହି ପଦରେ ଆବେଦନ କରିବାକୁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.com କୁ ଯାଇ ଆବେଦନ କରିପାରିବେ । ଏହି ପ୍ରକ୍ରିୟାରେ ମୋଟ ୧୭୨୦ ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ୨୧ ଅକ୍ଟୋବର ଅର୍ଥାତ୍ କାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ଓ ଏହା ୨୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଜାରି ରହିବ ।
କିପରି ହେବ ପ୍ରାର୍ଥୀ ଚୟନ: ଟେକ୍ନିସିଆନ ଆପ୍ରେନଟାଇସ୍ ଓ ଟ୍ରେଡ୍ ଆପ୍ରେନଟାଇସ୍ ପଦରେ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ ।
ଶିକ୍ଷାଗତ ଯୋଗ୍ୟତା: ପଦ ଅନୁଯାୟୀ ଯୋଗ୍ୟତା ଅଲଗା ଅଲଗା ରହିଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ବିଜ୍ଞପ୍ତି ଦେଖନ୍ତୁ ।
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଉଚିତ ।
କିପରି କରିବେ ଆବେଦନ:
ଇଚ୍ଛୁକ ପ୍ରାର୍ଥୀ IOCL ର ଅଫିସିଆଲ ୱେବସାଇଟକୁ ଯାଇ ଆପ୍ରେନଟାଇସ୍ ଅଧିନିୟମ ଜରିଆରେ ୧୭୨୦ ଟ୍ରେଡ୍‌/ଟେକ୍ନିସିଆନ/ ଆପ୍ରେନଟାଇସ୍ ନିଯୁକ୍ତି ଲାଗି ଅଧିସୂଚନା ଲିଙ୍କ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଆପ୍ଲାଏ ଅନଲାଇନ୍ ଉପରେ କ୍ଲିକ୍ କରିିବାକୁ ହେବ । ଏବେ ଆପ୍ଲିକେସନ ଫର୍ମ ଭରିବାକୁ ହେବ । ଆପ୍ଲିକେସନ ଫି’ ଜମା କରିବା ପରେ ସବମିଟ୍ କରିଦେବେ ।

Get real time updates directly on you device, subscribe now.